ବିଦ୍ୟୁତ ଓ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରିଲେ ଆଦିବାସୀ ଅଞ୍ଚଳବାସୀ

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନ୍ ଗିରି, ମାଣିକେରା, ସିଂପୁର ଦେଢସୁଲିର ସରପଞ୍ଚ ସମିତି ସଭ୍ୟ ସମେତ ଶତାଧିକ ଜନସାଧାରଣ ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ମଦନପୁର ବିଦ୍ୟୁତ କାର୍ଯ୍ୟାଳୟ ଘେରିଥିବାବେଳେ ପାଜିବାହାଲି ଠାରୁ ମୋହନ୍ ଗିରି ମାଣିକେରା ଡମକର୍ଲା ଖୁଣ୍ଟା ମାଣିକେରାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାକୁ ଠିକାଦାର ବର୍ଷ ବର୍ଷ ଧରି କାମ ନକରି ପକାଇରଖିଥିବା ନେଇ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଥିବା ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରି ଅଭିଯୋଗ କରିଥିଲେ। ମୋହନ୍ ଗିରି ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ବାଳ ସରପଞ୍ଚ ସୁରେନ୍ଦ୍ର ଧରୁଆ, ସିଂ ପୁର ସରପଞ୍ଚ ଉଛବ ପ୍ରଧାନ,ମାଣିକେରା ସରପଞ୍ଚ ଫଗୁଣ ପାତ୍ର,ନାଏବ ସରପଞ୍ଚ ଦେଡସୁଲି କେଶବ ମାଝୀ, ସମାଜସେବୀ ଶୁକଦେବ ସାହୁ,ମିନିକେତନ ପାତ୍ର,ତୁମେଶ୍ବର ବିଶ୍ବାଳ ମଧୂସୁଦନ ବିଶ୍ବାଳ, ସୂର୍ଯ୍ୟ କାନ୍ତ ଧରୁଆ, ପ୍ରମୁଖ ଶହଶହ ଜନସାଧାରଣ ଯୋଗଦେଇଥିଲେ। ଏବେ ସରକାରୀ କାଗଜପତ୍ର ଅନଲାଇନ ଦ୍ବାରା ହେଉଥିବା ନେଇ ସାଧାରଣ ଜନତା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ଯତି ଆଗାମୀ ଦିନରେ ବିଦ୍ୟୁତ ବିଭାଗ ବିଦ୍ୟୁତ ଠିକ ଭାବେ ପରିଚାଳିତ ନ କରକନ୍ତି ପୂର୍ତ୍ତବିଭାଗ ନିର୍ମାଣ ଧିନ ରାସ୍ତା କୁ ଠିକାଦାର ସମ୍ପୂର୍ଣ୍ଣ ନ କରନ୍ତି ବିରାଟ ଧରଣର ଆନ୍ଦୋଳନ ହେବ ବୋଲି ଉକ୍ତ ଜନସାଧାରଣ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।