ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟଜ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ତହସିଲ୍ ଅନ୍ତର୍ଗତ ସହରର ଉପକଣ୍ଠ ମହାବୀର ନଗର , ୟୁନିଟ ୧୮ ଅଧୀନରେ ଥିବା ଏକ ସରକାରୀ ଜାଗାକୁ ଜୈନିକ ବାହୁବଳୀ ଠିକାଦାର ନିଜ କବଜାରେ ରଖି ନିଜର ଦରବାର କରିଛନ୍ତି। ବିଜେପି ସରକାର ନୂଆକରି ଆସିବା ପରେ ଓଡ଼ିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯେଉଁ ଦୃଢୋକ୍ତି ସାଧାରଣରେ ଘୋଷଣା କରିଥିଲେ ସରକାରୀ ଜମି ଜବରଦଖଲ କାରିଙ୍କୁ ଆମ ସରକାର କ୍ଷମା ଦେବ ନାହିଁ। କିନ୍ତୁ ଯାଜପୁରରେ ଏହାର ବିଲକ୍ଷଣ ଦେଖିବାକୁ ମିଳୁଛି। ପୂର୍ବରୁ ସଂପୃକ୍ତ ଜବରଦଖଲକାରୀ ଠିକାଦାର ଜଣକ ବିଭିନ୍ନ ଉପାୟରେ ସରକାରୀ ଜାଗାକୁ ମାଡ଼ି ବସିଥିଲେ। ସରକାର ପରିବର୍ତ୍ତନ ପରେ ମାଡ଼ି ବସିଥିବା ଜବରଦଖଲ ସରକାରୀ ଜାଗାକୁ କାଳେ ସରକାର ତାଙ୍କ ଅଧୀନକୁ ନେଇଯିବେ ଆଶଙ୍କା କରି ଠିକାଦାର ଜଣକ ଶାସକ ଦଳର ଜଣେ ବଡ଼ପଣ୍ଡା ଙ୍କୁ ନିଜର ଠିକାଦାର ବ୍ୟାପାରରେ ଭାଗିଦାର କରିଛନ୍ତି। ଯାହା ଫଳରେ ବିଜେପି ଦଳକୁ ବଦନାମ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହାକୁ ନେଇ ସହରର ବୁଦ୍ଧିଜୀବୀ, ରାଜନେତା ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ ସୂତ୍ରରୁ ଜଣାପଡିଛି ଯେ ସ୍ଥାନୀୟ ଜନସାଧାରଣ ବହୁତ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ , ରାଜସ୍ବ ମନ୍ତ୍ରୀ ଓ ଜିଲ୍ଲାପାଳ ଙ୍କୁ ଭେଟି ଘଟଣା ସମ୍ବନ୍ଧରେ ଅବଗତ କରାଇବେ।