ପରମ ପୂଜ୍ୟ ଆଚାର୍ଯ୍ୟ ଦେବଙ୍କ ଜନ୍ମୋତ୍ସବ ପାଳିତ

ଜୁନାଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ଆଜି ଜୁନାଗଡ ସତସଙ୍ଗ କେନ୍ଦ୍ରରେ ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶୁଭ ଜନ୍ମଦିନ ଉତ୍ସବ ବଡ ଧୁମଧାମରେ ପାଳିତ ହୋଇଥିଲା। ଏହି ପବିତ୍ର ଅବସରରେ ସହସ୍ରଧାରା ଭକ୍ତମାନେ ଏକତ୍ରିତ ହୋଇ ଆତ୍ମସାଧନା ଓ ସମ୍ମିଳିତ ଭାବରେ ଭକ୍ତିର ଆବେଗରେ ଓଭାଳି ହୋଇଯାଇଥିଲେ। ଅନୁଷ୍ଠାନ ଆଜି ପୂର୍ବାହ୍ନ ୧୧.୩୦ ମିନିଟରେ ସତସଙ୍ଗ ଦ୍ୱାରା ଆରମ୍ଭ ହୋଇଥିଲା। ଏଥିରେ ଅନେକ ଇଷ୍ଟ ପ୍ରାଣ ଦାଦାମାନେ ଏବଂ ମା ମାନେ ଉପସ୍ଥିତ ରହି ଆଶୀର୍ବାଦ ଗ୍ରହଣ କରି ଏହି ଦିନକୁ ଅତ୍ୟନ୍ତ ଧନ୍ୟତା ସହିତ ସ୍ମରଣୀୟ କରିଥିଲେ। ସତସଙ୍ଗ ସମାପ୍ତି ପରେ ଏକ ଆନନ୍ଦ ମୟ “ଆନନ୍ଦ ବଜାର” ବି ଆୟୋଜିତ ହୋଇଥିଲା, ଯେଉଁଠାରେ ସମସ୍ତ ଭକ୍ତମାନେ ଭୋଗ ବଣ୍ଟନ ଓ ସାମୂହିକ ଭୋଜନ ଆନନ୍ଦ ଉଠାଇଥିଲେ। ଉତ୍ସବର ଉତ୍ସାହ ଓ ଭକ୍ତି ଭାବନା ଦେଖିବା ଯୋଗ୍ୟ ଥିଲା। ଏହି ଅବସରରେ ଆଚାର୍ଯ୍ୟ ଦେବଙ୍କ ଶୁଭ ଆୟୁଷ୍ୟ,ଆରୋଗ୍ୟ ଓ ଦୀର୍ଘ ଜୀବନ ପାଇଁ ସମସ୍ତ ଭକ୍ତମାନେ ପ୍ରାର୍ଥନା କରିଥିଲେ।ଏହି ଦିନଟି ସମସ୍ତଙ୍କ ପାଇଁ ଆତ୍ମିକ ଶୁଦ୍ଧି, ଶାନ୍ତି ଓ ଶ୍ରଦ୍ଧାର ସମ୍ପୂର୍ଣ୍ଣ ଅନୁଭୂତି ନେଇ ଆସିଛି।