ସକାଳୁ ସକାଳୁ ଦୁର୍ଘଟଣା ; ଦୁଇ ମୃତ ଜଣେ ଗୁରୁତର

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଗତ ବିଳମ୍ବିତ ରାତିରେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ଦେପୁର ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଦୁଇ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଜଣେ ନାବାଳକକୁ ଗୁରୁତର ଅବସ୍ଥାରେ ଭୋର ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ ପରୁଆଗୁଡା ଗ୍ରାମର ରୋହିତ ପଟେଲ ନାମକ ଜନୈକ ଯୁବକକ ସହ ଜୁନାଗଡ ଥାନା ଅଧୀନସ୍ଥ ମୁଣ୍ଡୁରାଗୁଡା ମହୁଲପଡାର ଅଜୟ ମାଝୀ ଏବଂ ଲକ୍ଷ୍ମୀକାନ୍ତ ମାଝୀ ଓରଫ ଛୋଟୁ ନାମକ ୧୪ ବର୍ଷିୟ ନାବାଳକ ଓ.ଡି ୦୮ ଏମ ୬୭୨୪ ନମ୍ବର ବିଶିଷ୍ଟ ବାଇକ ଯୋଗେ ବିଳମ୍ବିତ ରାତିରେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ଦେଇ ମୁଣ୍ଡୁରାଗୁଡା ଗ୍ରାମକୁ ଯାଉଥିବାବେଳେ ଦେପୁର ନିକଟରେ ବାଇକ ଷ୍ଫଳକ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛ ସହ ଧକ୍କା କରିଥିଲେ। ଫଳରେ ଘଟଣାସ୍ଥଳରେ ରୋହିତ ଏବଂ ଅଜୟର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଲକ୍ଷ୍ମୀକାନ୍ତକୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧୂକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତ ଦୁଇ ଜଣକ ଶବ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି।