ଜୁନାଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ମା ଲଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି ପଣ୍ଡରା ମାଳି ସେବା ସଂଘ କଳାହାଣ୍ଡି ଦ୍ୱାରା ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଛି । ଉକ୍ତ ସମିଳନୀରେ ପଣ୍ଡରା ମାଳି ସମାଜର କୁଳପତି, ସଭାପତି ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ରହି ସୁସ୍ଥ ସମାଜ ଗଠନ ଉପରେ ସାମ୍ବାଦିକ ସମିଳନୀ ଜରିଆରେ ଏକ ବାର୍ତ୍ତା ଦେଇଥିଲେ। ବିଗତ ମେ ମାସରେ ଜୁନାଗଡ଼ ବ୍ଲକ ଚାରବାହାଲ ମଣ୍ଡି ଠାରେ କଳାହାଣ୍ଡି ପଣ୍ଡରାମାଳି ସମାଜ ତରଫରୁ ଏକ ମହାସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ପଣ୍ଡରା ମାଳି ସମାଜର କୋର କମିଟିର ପ୍ରସ୍ତାବ ଏବଂ ସଂପାଦନ କ୍ରମେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାଇ କୁଳପତି, ସଭାପତି, ଏବଂ ଜିଲ୍ଲା କର୍ମକର୍ତ୍ତା ଚୟନକୁ ସ୍ୱୀକୃତି ପ୍ରଦାନ କରା ଯାଇଥିଲା। ତାରିଖ ୧୯, ୦୬, ୨୦୨୨ ବର୍ଷ ମସିହାରେ ଗଡିଆଜୋର ଆମ୍ବ ତୋଟାଠାରେ ମଧ୍ୟ ପଣ୍ଡରା ମାଳି ସମାଜର କୁଳପତି, ସଭାପତି, ଉପସଭାପତି, ଓ ଅନ୍ୟାନ୍ୟ କର୍ମକର୍ତ୍ତାଚୟନ କରା ଯାଇଥିଲା, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାଇ, ଓ ତାଙ୍କର କାର୍ଯ୍ୟକାଳ ସମାପ୍ତି ପରେ ପୁଣି ଚାହାରବାହାଲ ମଣ୍ଡି ଠାରେ ଅନୁଷ୍ଠିତ ହୋଇଥିବା ୦୪.୦୫.୨୦୨୫ ତାରିଖ ର ମହାସଭାରେ ଉକ୍ତ ପଦବୀ ଗୁଡିକୁ ପୁନର୍ବାର ସ୍ୱୀକୃତି ପ୍ରଦାନ କରାଗଲା। ସେହିଦିନ ଚୟନ ହୋଇ ଥିବା ପଦବୀ ସମ୍ୱନ୍ଧରେ ସମାଜର କୌଣସି ବ୍ୟକ୍ତି ବିଶେଷ ବିରୋଧ କରି ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପଣ୍ଡରା ମାଳି ସମାଜର କିଛି ବନ୍ଧୁ ମାନେ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ସମାଜର ମୂଳ ସ୍ରୋତର ଏକତା କୁ ଭାଙ୍ଗି ବାକୁ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଗାଁ ରେ ସଭା ସମିତିକରି ଚେଷ୍ଟା କରୁଥିବା ଜଣାପଡିଥିଲା। ସେଥିପାଇଁ ଆଗାମୀ ୨୨. ୦୬. ୨୫ ତାରିଖ ରେ ହେବାକୁ ଥିବା ସେହି ପଣ୍ଡରା ମାଳି ମହାସଭାକୁ କିଛି ଦାୟିତ୍ୱ ବାନ ସାମାଜିକ ବ୍ୟକ୍ତି ମାନେ ସାମ୍ବାଦିକ ସମ୍ବିଳନୀ ଜରିଆରେ ଅନୁରୋଧ କରିଛନ୍ତି କି ସେହି ପଣ୍ଡରା ମାଳି ମହାସଭା ସମାଜର ବିଧି ସମ୍ମତ ନୁହେଁ ବୋଳି ଆଖ୍ୟା ଦେଇ ଆଗାମୀ ଦିନରେ ରାଜନୀତି ତଥା ଅଖଣ୍ଡତା ସଭାକୁ ନଯିବାକୁ, କଳାହାଣ୍ଡି ଜିଲ୍ଲା ପଣ୍ଡରା ମାଳି ସେବା ସଂଘ ଦ୍ଵାରା କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ସଭାପତି ଇଶ୍ୱର ପୁଝାରୀ, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ନାଏକ, ସହ ସମ୍ପାଦକ, ବିଷ୍ଣୁ ପ୍ରସାଦ ନାଏକ, ସଂଗଠନ ସମ୍ପାଦକ ଧନୁର୍ଜ୍ୟ ମାଝୀ, ଜୁନାଗଡ଼ ବ୍ଲକ ପଣ୍ଡରା ମାଳି ସମାଜ ସଭାପତି ବାଲ୍ମୀକି ନାଏକ, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଲକ୍ଷ୍ମଣ ଭୋଇ, ଦୁର୍ଗାପ୍ରସାଦ ନାଏକ, ଯୁବବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ଯୁବବାହିନୀ ସମ୍ପାଦକ ଲୋକେଶ ନାଏକ, ଧର୍ମଗଡ ଏନ୍ଏସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଅଜାମ୍ବିଳ ପୁଝାରୀ ତଥା ଦୁଷ୍ମନ୍ତ ନାଏକ, ରତନ ନାଏକ, ଶ୍ରୀକାନ୍ତ ନାଏକ ସାମ୍ବାଦିକ ସମ୍ବିଳନୀ କରି ଅନୁରୋଧ କରିଛନ୍ତି ଯେ କିପରି ସୁସ୍ଥ ସମାଜ ଗଠନ ହେବ ଏବଂ ସମାଜରେ ରାଜନୈତିକ ଚାପର କାର୍ଯ୍ୟ କଳାପ କୁ ଆଶ୍ରୟ ଦିଆଯିବ ନାହିଁ, କାରଣ ସମାଜ ରାଜନୀତି ଠାରୁ ଉର୍ଦ୍ଧରେ ବୋଲି ମତ ବ୍ୟକ୍ତ କରିଛନ୍ତି।