କ.ନୂଆଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ପକ୍ଷରୁ ବିଶ୍ୱ ଯୋଗ ଦିବସ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଦିବସ ରେ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ ସଭାପତିତ୍ୱ ଆୟୋଜିତ ହୋଇଥିଲା। ନିମନ୍ତ୍ରିତ ଅତି ଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲିକ ଯୋଗ ଦେଇ ମତ ଦେଇଥିଲେ ଯେ ଯୋଗ ହିଁ ଉତ୍ତମ ସ୍ୱାସ୍ଥ୍ୟ ର ମାର୍ଗ ଏବଂ ଯୋଗ ଦ୍ୱାରା ସମସ୍ତ ଶାରୀରିକ ସୁସ୍ଥତା ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ। ସିପି ରାକେଶ କୁମାର ସାହୁ, ଜିପିଓ ଅନିଲ ପଟ୍ଟନାୟକ, ଏଇଇ ଶୁଭମ ମହାପାତ୍ର, ଏବଂ ସମସ୍ତ କର୍ମ ଚାରି ଉପସ୍ଥିତ ରହିଥିଲେ।