କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ବଡ଼ପୋଡ଼ାଗୁଡା ମିନି ଷ୍ଟାଡିୟମଠାରେ ଚାଲିଥିବା ଆମ୍ବେଦକର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଛି। ଟୁର୍ଣ୍ଣାମେଣ୍ଟଟି ଗତ ୧୨ ତାରିଖରେ ଉଦଘାଟନ ହୋଇଥିବାବେଳେ ଏଥିରେ ମୋଟ ୧୬ ଟିମ ଅଂଶ ଗ୍ରହଣ କରି ଖେଳ ପ୍ରଦର୍ଶନ କରିଥିଲେ। ଫାଇନାଲ ଖେଳଟି ମଣ୍ଡଳ ନୁଆଗାଁ ବନାମ ଭଇଁରିପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଇଁରିପାଲି ଟିମ ଟସ୍ ଜିଣି ପ୍ରଥମେ ଫିଲ୍ଡିଂ କରିଥିବାବେଳେ ନୂଆଗାଁ ଟିମ୍ ବ୍ୟାଟିଂ ଆରମ୍ଭ କରିଥିଲା। ନିର୍ଦ୍ଧାରିତ ୧୦ ଓଭରରେ ସାତ ୱିକେଟ ହରାଇ ନୂଆଗାଁ ଟିମ୍ ୮୪ ରନ୍ ସଂଗ୍ରହ କରିଥିବା ବେଳେ ଭଇଁରିପାଲି ଟିମ୍ ଜବାବରେ ନିର୍ଦ୍ଧାରିତ ୧୦ ଓଭରରେ ସାତ ୱିକେଟ ହରାଇ ୭୫ ରନ୍ ମାତ୍ର ସଂଗ୍ରହ କରି ପରାସ୍ତ ହେବାକୁ ପଡ଼ିଥିଲା। ଖେଲଟିକୁ କାଳିଆ ବାରିକ ଏବଂ ଯଶୋବନ୍ତ ପ୍ରଧାନୀ ପରିଚାଳନା କରିଥିବାବେଳେ ସ୍କୋର ବୋର୍ଡ ରେ ଶିବାନନ୍ଦ ଦୁର୍ଗା ଏବଂ ଖେଳର ଧାରାବିବରଣୀ ସଞ୍ଜୀବ କୁମାର ଦାସ ପ୍ରଦାନ କରିଥିଲେ। ପୁରସ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନୀତ ଅତିଥି ଭାବେ ବଡ଼ପୋଡ଼ାଗୁଡା ପଞ୍ଚାୟତ ନାଏବ ସରପଞ୍ଚ ବିଡୁ ନାଏକ, ଧର୍ମାନନ୍ଦ ନାଏକ, ଶିକ୍ଷକ ଚୁନିଲାଲ ନାଏକ, ୱାର୍ଡ଼ ସଭ୍ୟ ନରହରି ସୁନା, ଧର୍ମୁ ଦୁର୍ଗା, ବିଶ୍ୱମ୍ବର୍ ଦୁର୍ଗା, କୃଷକ ସାଥୀ ଗଜିନ୍ଦ୍ର ନାଗ ପ୍ରମୁଖ ମଞ୍ଚାସିନ ରହିଥିଲେ। ଅତିଥି ମାନଙ୍କ ଦ୍ୱାରା ଉଭୟ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଅନୁଷ୍ଠାନର କର୍ମକର୍ତ୍ତା ସରୋଜ ସୁନା, ଭରତ ନାଏକ, ଯୁଗଳ ଦୁର୍ଗା, ଧଜକେତନ୍ ମଙ୍ଗରାଜ, ସିମାଞ୍ଚଳ ବାଗ, ନିରଞ୍ଜନ ନାଏକ, ତୁଳସୀ ରାମ ଦୁର୍ଗା, ଚନ୍ଦନ ପାଣିଗ୍ରାହି ,ଗୁଲସନ୍ ବାଗ, ସଞ୍ଜୀବ ନାଏକ, ସୁରେନ୍ଦ୍ର ପାଣିଗ୍ରାହି, ମୁନା ଦୁର୍ଗା, ଅଭିଜିତ ନାଗ, ଅଭିଷେକ ବାରିକ,ମୋହନ ଲାଲ ଦୁର୍ଗା ପ୍ରମୁଖ ସହଯୋଗ କରିଥିଲେ।