ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରୀ କଲୋନୀ ପଡା ରାସ୍ତା କଡରୁ ମୁମୂର୍ଷ ଅବସ୍ଥାରେ ପଡିଥିବା ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ସ୍ବେଚ୍ଛାସେବୀ ଯୁବକ। ସୋମବାର ଅନବରତ ବର୍ଷାରେ ଭିଜି ପଡିଥିବା ବେଳେ ଅବସ୍ଥା ଶୋଚନୀୟ ଥିବା ସୂଚନା ପାଇ ଅଡ୍ରୀ ପଞ୍ଚାୟତର ସମିତି ସଭ୍ୟ ରାମ ମାଝୀ ପହଞ୍ଚିଥିଲେ।
ସ୍ଥାନୀୟ ସ୍ବେଛାସେବୀ ଯୁବକ ନଳିନ୍ଦ୍ର ସାହୁ,ଟୁନା ନାଏକ,ପରଦେଶୀ ମାଝୀ ଏବଂ ଅନୀଲ ମୁଦୁଲି ଉକ୍ତ ବ୍ୟକ୍ତିଙ୍କୁ ସେଠାରୁ ଏକ ସୁରକ୍ଷିତ ଘରେ ନେଇ ଦେହର ଭିଜା କପଡା ବାହାର କରି ଭଲ କପଡା ଏବଂ କମ୍ବଳ ଦେଇଥିଲେ। ଧିରେ ଧିରେ ବ୍ୟକ୍ତି ଜଣକ ଚେତା ଫେରି ପାଇଥିଲେ ମଧ୍ୟ ଭଲ ଭାବରେ ମୁହଁ ଖୋଲି କଥା ହେଇପାରୁନଥିବା ଯୋଗୁଁ ବ୍ୟକ୍ତିଙ୍କ ପରିଚୟ ଜଣାପଡିନି। ଏନେଇ ସମିତି ସଭ୍ୟ ରାମ ମାଝୀ ଥୁଆମୂଳ ରାମପୁର ପୋଲିସକୁ ସୂଚନା ଦେବା ସହିତ ଉକ୍ତ ବ୍ୟକ୍ତିର ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବାକୁ ୧୦୮ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଛନ୍ତି ।କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କୋୖଣସି ବ୍ୟବସ୍ଥା ହୋଇପାରିନଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ରହିଥିବା ବେଳେ ସଂଧ୍ୟାରେ ସ୍ଥାନୀୟ ଯୁବ ସମାଜସେବୀ ଅଭିରାମ ନାଏକ ତାଙ୍କ ସହଯୋଗୀଙ୍କ ସହଯୋଗରେ ଅଡ୍ରୀ ସ୍ଥିତ ସି.ଏଚ୍.ସିକୁ ବୋହି ନେଇ ପ୍ରାଥମିକ ଚିକିତ୍ସା କରାଇବା ସହିତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ପରେ ଆମ୍ବୁଲାନ୍ସରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।