ଡକ୍ଟର ଶ୍ୟାମ ପ୍ରାସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ମଣ୍ଡଳ ତରଫରୁ ଡେଙ୍ଗାଗୁଡ଼ା ଧାନମଣ୍ଡି ପ୍ରାଙ୍ଗଣରେ ମଣ୍ଡଳସ୍ତରୀୟ ଡକ୍ଟର ଶ୍ୟାମ ପ୍ରାସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ ହୋଇଯାଇଛି। ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଗରୁଡ଼ଧୂଜ ମାଝୀ, ସାଧାରଣ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୁଝାରୀ ଓ ତୁଲାରାମ ନାଏକ, ନାରୀନେତ୍ରୀ ଧରିତ୍ରୀ ବାଗ, ପ୍ରାଞ୍ଜଳି ପ୍ରଧାନ, ବରିଷ୍ଠ ବିଜେପି ନେତା ନକୁଲ ନାଏକ, ମକରନ୍ଦ ବାଗ, ସନାତନ ସୁନାନି, ଚକ୍ରଧର ବେଶ୍ରା, ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା ସମେତ ଦଳୀୟ କାର୍ଯ୍ୟକର୍ତ୍ତା କର୍ମି ଉପସ୍ଥିତ ଥିଲେ।