କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଲମପୁର ସମିତି ଅଧ୍ୟକ୍ଷା ଭାବେ ଜ୍ୟୋତି ନାଏକ ସୋମବାର ଅନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବହୁ ସଂଖ୍ୟାରେ ନିଜ ସମର୍ଥକ ମାନଙ୍କ ସହିତ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ସ୍ୱାଗତ ଜଣାଇଥିଲେ। ରୀତିନୀତି ଅନୁସାରେ ଶୁଭବେଳାରେ ଅଧ୍ୟକ୍ଷା ଆସନ ରେ ବସି ଦାୟତ୍ୱ୍ୱ ଗ୍ରହଣ କରିଥିଲେ। ବିଡ଼ିଓ, ସମିତି ଉପାଧ୍ୟକ୍ଷ ସମେତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବିଧାୟକ ପ୍ରତିନିଧି ସୁଶାନ୍ତ ରାଉତ, ବରିଷ୍ଠ ବିଜେପି ନେତା ବିଜୟ କୁମାର ପଣ୍ଡା, ବିଜେପି କଲମପୁର ମଣ୍ଡଳ ସଭାପତି ହିତେଶ କୁମାର ପାତ୍ର, ବିଜମରା ମଣ୍ଡଳ ସଭାନେତ୍ରୀ ସରିତା ସରାପ, ସୁଧୀର ବାଗ ସମେତ ବହୁ ସଂଖ୍ୟାରେ ସମର୍ଥକ ଉପସ୍ଥିତ ଥିଲେ। ଦାୟତ୍ୱ ଗ୍ରହଣ ପରେ କର୍ମେଲ ଡଙ୍ଗରିଗୁଡା ଶିବ ମନ୍ଦିର ଠାରେ ପ୍ରସାଦ ସେବନ କରାଯାଇଥିଲା। ଉପସ୍ଥିତ ଥିବା ସମସ୍ତ ସମର୍ଥକ ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ଦେଇ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗତ ୧୮ ତାରିଖରେ ସମିତି ଅଧ୍ୟକ୍ଷା ଉପ ନିର୍ବାଚନରେ ଜ୍ୟୋତି ନାଏକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ।