ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା, ଜଳ ସମ୍ପଦ ବିଭାଗ ମୂଖିଗୁଡା ଉପର ଇନ୍ଦ୍ରାବତୀ ପ୍ରକଳ୍ପ ବିଶ୍ରାମ ଗୃହର ରୋଷେଇ ଗୃହ ଆଜି ଉଦଘାଟିତ ହୋଇଯାଇଛି। ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ରୋଷେଇ ଗୃହକୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ଜଗନ୍ନାଥ ପାଣି ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଦକ୍ଷିଣ କେନାଲ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ.ରାଜ କୁମାର ବେହେରା ସମ୍ମାନୀୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ, ଉଠା ଜଳ ସେଚନ ବିଭାଗ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀ ଇଂ.ପ୍ରଣବ ପ୍ରଧାନ, ମୂଖିଗୁଡା ଏସଡ଼ିଓ ପ୍ରିୟନାଥ ବୈରାଗୀ, କଲମପୁର ଏସଡ଼ିଓ ଶ୍ୟାମ ସୁନ୍ଦର ମାରାଣ୍ଡି, ମୁଖ୍ୟ କିରାଣୀ ନିରଞ୍ଜନ ମଲ୍ଲିକ, ଓସିସି ସିନିୟର ମ୍ୟାନେଜର ସାଗର ସମ୍ବିତ ସାମଲ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।