ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ହୋଇଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ ସଭାପତି ପ୍ରଧାନି ବାଗଙ୍କ ନେତୃତ୍ଵରେ କୋକସରା ପଞ୍ଚାୟତ ସମିତି ଓ ଜିଲ୍ଲାର ବିଭିନ୍ନ ସମସ୍ୟା ଗୁଡ଼ିକର ଆଶୁ ସମାଧାନ ନିମନ୍ତେ ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଥିଲା। ମୂଖ୍ୟ ସମସ୍ୟା ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ତେଲିଗୁଡ଼ା ଠାରେ ଶୀଘ୍ର ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ, ଲଡ଼ୁଗାଁ ଠାରେ ସ୍ଥାୟୀ ପଶୁ ଡାକ୍ତରଖାନା ଚିକିତ୍ସକ ଓ କୃଷି ଅଧିକାରୀ ବ୍ୟବସ୍ଥା, ଜିଲ୍ଲାର ପ୍ରତ୍ୟେକ କସ୍ତୁରବା ଗାନ୍ଧି ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଦ୍ୟାଳୟ ଗୁଡ଼ିକର ଉନ୍ନତିକରଣ ଓ ଉତ୍ତମ ଶିକ୍ଷାର ବ୍ୟବସ୍ଥା ନିମନ୍ତେ ଜିଲ୍ଲାପାଳ, ଜନମଙ୍ଗଲ ଅଧିକାରି ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଠିକ ଭାବରେ ପ୍ରତ୍ୟେକ ମାସରେ ନିରୀକ୍ଷଣ ବାଧ୍ୟତାମୂଳକ, କୋକସରା ପଞ୍ଚାୟତ ସମିତି ଅଧିନରେ ଥିବା ମଡୋସିଲ, ରଜାମୁଡ଼ା, ଜତାଖୋଲିଆ, ବେହେରା ଓ ଅଠର ନଳାର ଉନ୍ନତିକରଣ କରି ମଧ୍ୟମ କେନାଲ ର ବ୍ୟବସ୍ଥା, ଲଡ଼ୁଗାଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ପାଣିର ବ୍ୟବସ୍ଥା ଠପ୍ ଥିବାରୁ ଏହାର ବ୍ୟବସ୍ଥା ଶୀଘ୍ର କରାଯାଉ, ମେଘା ପ୍ରୋଜେକ୍ଟ ମାଧ୍ୟମରେ ପିଇବା ପାଣିର ବ୍ୟବସ୍ଥା ଶୀଘ୍ର କରାଯାଉ, କାଶୀବାହାଲ ମା ଡୋକରି ପାହାଡ ଠାରେ ଅବସ୍ଥିତ କ୍ରସର ଗୁଡ଼ିକୁ ଜିଲ୍ଲା ସ୍ଵତନ୍ତ୍ର ଟିମ ଜରିଆରେ ତଦନ୍ତ କରିବା, ଶିଶୁ ଶ୍ରମିକ ବନ୍ଦ କରି ଦାଦନ ଶ୍ରମିକ ବନ୍ଦ କରି ମହାତ୍ମା ଗାନ୍ଧି କର୍ମ ନିଯୁକ୍ତି ମାଧ୍ୟମ ରେ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବା, ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ନିଜ ନିଜ ଅଧୀନରେ ଥିବା ବିଭାଗ ଗୁଡ଼ିକ ର ସମସ୍ୟା ଗୁଡ଼ିକ ଅନୁଧ୍ୟାନ କରି ସମସ୍ୟା ଗୁଡ଼ିକର ସମାଧାନ ଶୀଘ୍ର କରିବା, ସରକାରଙ୍କ ତରଫରୁ ଉନ୍ନୟନ ଯୋଜନା ମାଧ୍ୟମ ରେ ଯେତେ ମଧ୍ୟ ଅନୁଦାନ ରାଶି ମଞ୍ଜୁର କରାଯାଉଛି ସେହି ପ୍ରୋଜେକ୍ଟ ଗୁଡ଼ିକ ସଠିକ୍ ଭାବରେ କାର୍ଯ୍ୟକାରି ହେଉଛି କି ନାହିଁ ତାହା ଜିଲ୍ଲା ସ୍ଵତନ୍ତ୍ର ଟିମ ଜରିଆରେ ତଦନ୍ତ କରିବା, ବସୁନ୍ଧରା ଯୋଜନା ମାଧ୍ୟମ ରେ ଭୂମିହିନ ମାନଙ୍କୁ ଶୀଘ୍ର ଘର ଡିହ ବଣ୍ଟନ କରାଯାଉ, ଲଡ଼ୁଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପ୍ରତ୍ୟେକ ଗ୍ରାମ ଗୁଡ଼ିକର ମୂଖ୍ୟ ରାସ୍ତା ଗୁଡିକୁ ସଠିକ ଭାବରେ ଡିମାର୍କକେସନ କରି ଡ୍ରେନ ଓ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା, ଜିଲ୍ଲାରେ ଖାଲି ଥିବା ପଦ ଗୁଡ଼ିକ ଶୀଘ୍ର ଭର୍ତ୍ତି କରାଯାଉ, ଉଚ୍ଚ ବିଦ୍ୟାଳୟ ଗୁଡିକରେ ଖାଲି ଥିବା ପ୍ରଧାନ ଶିକ୍ଷକ ଗୁଡ଼ିକ ଶୀଘ୍ର ପୂରଣ କରାଯାଉ, ମୋ ସ୍କୁଲ ଅଭିଯାନ ମାଧ୍ୟମ ରେ ନିଯୁକ୍ତି ପାଇଥିବା ରାତ୍ର ଜଗୁଆଳି ଓ ସୁଇପର ମାନଙ୍କ ଦରମା ହିତାଧିକାରି ମାନଙ୍କ ପାସବୁକ୍ ରେ ଦରମା ପ୍ରଦାନ କରିବା, ପ୍ରାଥମିକ କୃଷି ସମବାୟ ସମିତି ଗୁଡିକରେ ନିୟୋଜିତ କରାଯାଇଥିବା କର୍ମଚାରି ମାନଙ୍କ ଦରମା ବୃଦ୍ଧି କରାଯାଉ ଓ ଯେଉଁ ଗ୍ରାମ ଗୁଡ଼ିକୁ ପକ୍କା ରାସ୍ତା ବ୍ୟବସ୍ଥା କରାଯାଇ ନାହିଁ ସେହି ଗ୍ରାମ ଗୁଡ଼ିକୁ ତଦନ୍ତ କରି ରାସ୍ତା ର ବ୍ୟବସ୍ଥା ଶୀଘ୍ର କରାଯାଉ। ସମସ୍ୟା ଗୁଡ଼ିକ ର ଆଶୁ ସମାଧାନ ଶୀଘ୍ର କରିବା ନିମନ୍ତେ ବାରମ୍ୱାର ଅଭିଯୋଗ ଶୁଣାଣି ରେ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଅବଗତ କରୁଥିବା ସତ୍ତ୍ୱେ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲାପାଳ ଙ୍କୁ ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ ସଭାପତି ପ୍ରଧାନି ବାଗ, ସଂଗଠନ ସହ ସମ୍ପାଦକ ହରିହର ରାଉତ, ସଞ୍ଜୀବ ଦୀପ, ଅମର ନାଏକ, ସମିର ନାଏକ, ବାଲେଶ୍ଵର ରାଉତ, ଟେକସୁନ୍ଦର ଠାକୁର ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଚେତାବନୀ ଦେଇଥିଲେ।