।। ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍।। ସରକାର ଚାଷୀ ମାନ ମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଥିବା ବେଳେ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରୁ ନାହିଁ। ଯାହାଫଳରେ ଚାଷୀ ମାନେ ଚାଷ କାର୍ଯ୍ୟ ସମୟରେ ପାଣି ମୁନ୍ଦାଏ ନ ପାଇ ସମସ୍ୟାରେ ପଡ଼ୁଛନ୍ତି। କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମାଣ ଚେକ ଡେମ୍ ଚାଷୀ ଙ୍କ କାର୍ଯ୍ୟରେ ଆସୁ ନ ଥିବା ବେଳେ ଏହି କାର୍ଯ୍ୟର ସ୍ବଚ୍ଛତା ନେଇ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ ଖଇର ପଦର ପଞ୍ଚାୟତ ର ସଦର ଗ୍ରାମ କୁ ଲାଗିଥିବା ଜଙ୍ଗଲ ତଲ ଭାଗରେ ମହୁଲଝର ନାଳା ରହିଛି। ଏଠାରେ ଚାଷୀ ମାନଙ୍କ ଜମି କୁ ପାଣି ମଡ଼ାଇବା ପାଇଁ ଜଳସେଚନ ଉଦ୍ଦେଶ୍ୟ ରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚେକ୍ ଡେମ ନିର୍ମାଣ କରାଯାଇଛି। ପ୍ରତି ବର୍ଷ ଏହି ଡେମ ର ଉନ୍ନତି କରଣ ନାମରେ ମାଟି କାର୍ଯ୍ୟ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟ କରାଯାଉଛି। ହେଲେ ଡେମ ପ୍ରତିବର୍ଷ ଶୁଖିଲା ପଡ଼ିରହିଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟ ଚଳିତ ବର୍ଷ ମଧ୍ୟ କରଯାଇଥିଲା। ହେଲେ ତାହାର କୌଣସି ସାଇନବୋର୍ଡ କିମ୍ବା ହିସାବ ସ୍ଥାନୀୟ ଲୋକେ ଜାଣି ପାରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ଯେଉଁ ଠାରେ ଢିପ ରହିଛି ସେଠାରେ ମାଟି ଖନନ କାର୍ଯ୍ୟ କରା ନ ଯାଇ ସମତୁଲ ରହିଥିବା ଗାଢ଼ ରେ କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଯେଉଁ ସ୍ଥାନରୁ ଚାଷୀ ଙ୍କ ଜମିକୁ ପାଣି ଯିବା ପାଇଁ ଆଉଟ୍ଲେଟ ତିଆରି ହୋଇଛି ତାହା ଉଚ୍ଚ ଜାଗା ରେ ନିର୍ମାଣ ହୋଇଥିବାରୁ ଜମି କୁ ପାଣି ମାଡି ପାରୁ ନାହିଁ ବୋଲି ଲୋକେ ପ୍ରକାଶ କରିଛନ୍ତି।
ସିନାପାଲି ବ୍ଲକ ର ଏହି ଅଞ୍ଚଳ ଏକ ବଣ ପାହାଡ ଘେରା ଅଞ୍ଚଳ ରେ ଅବସ୍ଥିତ। ଏଠାରେ ଆବଶ୍ୟକ ଜଳ ସେଚନ ର ସୁବିଧା ନ ଥିବାରୁ ପ୍ରତିବର୍ଷ ମରୁଡି ର ସମ୍ମୁଖିନ ହେବାକୁ ପଡୁଛି। ଏହାକୁ ଦୂର କରିବା ପାଇଁ ସରକାର ଙ୍କ ତରଫରୁ ଜଳସେଚନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ହେଲେ ଡେମ୍ ନିର୍ମାଣ ହେବା ଦିନ ଠାରୁ ଚାଷୀ ମାନେ ଆଜି ପର୍ଯ୍ୟନ୍ତ ପାଣି ମୁନ୍ଦାଏ ପାଇବା ମୁସ୍କିଲ ହୋଇ ପଡିଛି। ଖରା ମାସ ରେ ପାଣି ରହୁ ନ ଥିବାରୁ ଗାଇ ଗୋରୁ ତଥା ବନ୍ୟ ପ୍ରାଣୀ ମଧ୍ଯ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏହିଭଳି ଯୋଜନା ରୁ ଚାଷୀ ସୁଫଳ ପାଇବାରୁ ବଞ୍ଚିତ ରହି ଅନେକ ସମୟରେ ମରୁଡି ମୁକାବିଲା କରିବା ରେ ଅସମର୍ଥ ହୋଇ ପଡୁଛି। ଚାଷୀ ଚାଷ କାର୍ଯ୍ୟ କରି କିଛି ରୋଜଗାର କରି ପରିବାର ପ୍ରତିପୋଷଣ କରିବା ଚିନ୍ତା କରୁଥିବା ବେଳେ ଏଭଳି ମହତ ଯୋଜନା ଉପାନ୍ତ ରେ ସଠିକ ଭାବରେ କାର୍ଯ୍ୟକାରି ହୋଇ ପାରୁ ନାହିଁ। ଏ ଦିଗରେ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମର ଚାଷୀ ତଥା ଜନସାଧାରଣ ଦାବୀ କରିଛନ୍ତି।