ଅଧ୍ୟାପକ ଅଶୋକ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

।। ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ ।। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥାନୀୟ ମା ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଥୁଆମୂଳ ରାମପୁର ଠାରେ ଅଧ୍ୟାପକ ସ୍ବର୍ଗତ ଅଶୋକ କୁମାର ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଥିବା  ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ +୨ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ସଭାପତିତ୍ୱ କରିଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିବା ସହିତ କୃଷି, ଶିକ୍ଷା,ପରିବେଶ ସଚେତନତା, ବୃକ୍ଷରୋପଣ, ଯୁବ ସଂଗଠନ, ତଥା ବିବିଧ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ଉପସ୍ଥିତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସ୍ମୃତିଚାରଣ କରିଥିଲେ। ଏହି ଉତ୍ସବରେ ମା ମାଣିକେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସମୀର ସାହୁ, ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ବଳଭଦ୍ର ବାଗ, ପରୀକ୍ଷିତ ମାଝୀ, ନୀଳାଚଳ ନାଗ, ପାତ୍ର,ଅଧ୍ୟାପକ ବବୃ ବାହାନ ବୁଦ୍ଧିଆ, ସରୋଜ କୁମାର ପାଟଯୋଶୀ,ଉଦ୍ଧବ ବାରିକ, ଶେଖ୍ ଅଖତର୍, ଗ୍ରନ୍ଥାଗାର ପ୍ରଶାନ୍ତ ମୁଣ୍ଡଛିନା ସହିତ ପୂର୍ବତନ ଛାତ୍ରୀ ଅବନ୍ତି ନାଏକ, ପ୍ରିୟତମା ନାଏକ ପ୍ରମୁଖ ତାଙ୍କର ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା।