ଏପିଡିକୁ ଘେରିଲେ ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀ

କାର୍ଯ୍ୟଦେଶର ୩ମାସ ପରେ ମଧ୍ୟ ମିଳିନାହିଁ ପ୍ରଥମ କିସ୍ତି ଟଙ୍କା

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟଦେଶ ପାଇ ତିନି ମାସରୁ ଉର୍ଦ୍ଧ ସମୟ ପରେ ମଧ୍ୟ ମିଳିନାହିଁ ପ୍ରଥମ କିସ୍ତି। ହିତାଧିକାରୀ ନିଜ ଘର ଭାଙ୍ଗି ଘର ନିର୍ମାଣ ପାଇଁ ପ୍ରସ୍ତୁତି ହୋଇଥିଲେ, ହେଲେ ଲଗାଣ ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ହେଉଛନ୍ତି ହନ୍ତସନ୍ତ। ଶେଷରେ ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ଏପିଡିଙ୍କୁ ଘେରିଲେ । ସୂଚନା ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତୋଦୟ ଯୋଜନା ରେ ପାପଡାହାଣ୍ଡି ବ୍ଲକ ରେ ୪୧୬ ଜଣ ହିତାଧିକାରୀକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏଥି ସହ କାର୍ଯ୍ୟଦେଶ ମିଳିବା ମାତ୍ରେ ନିଜ ବ୍ୟାଙ୍କ ଆକାଂଉଣ୍ଟ ରେ ୪୦ହଜାର ଟଙ୍କା ଜମା ହେବା ନିୟମ ରହିଛି। କିନ୍ତୁ ତିନି ମାସ ବିତିଗଲା ପରେ ମଧ୍ୟ ପ୍ରଥମ କିସ୍ତି ମିଳିନାହିଁ। ହିତାଧିକାରୀ କାର୍ଯ୍ୟଦେଶ ପାଇବା ମାତ୍ରେ ନିଜ ଘର କୁଡ଼ିଆ ଭାଙ୍ଗି ନିଜ ନିଜ ବ୍ୟବସ୍ଥା ଅନୁଯାୟୀ ଭାଙ୍ଗିଥିବା କୁଡ଼ିଆ ନିକଟରେ ଜରି ଢାଙ୍କି ରହିଛନ୍ତି। ଏଥି ସହ ଦୋକାନ ଓ ଟ୍ରାକ୍ଟର ମାଲିକ ଠାରୁ ଧାରକରଜ କରି ବାଲି, ଇଟା, ସିମେଣ୍ଟ ଆଣି ନିଜ ଘର କାର୍ଯ୍ୟ ଆରମ୍ଭ କରିଥିଲେ। ଟଙ୍କା ଆଜି ଆସିବ କାଲି ଆସିବ ବୋଲି ଚାହିଁ ବସିଥିବା ବେଳେ ଲଗାଣ ବର୍ଷାରେ ଜରି ତଳେ ରହି ହନ୍ତସନ୍ତ ହେଉଛନ୍ତି। ଧାରକରଜ ଦେଇଥିବା ଦୋକାନ ମାଲିକ, ଟ୍ରାକ୍ଟର ମାଲିକ ହିତାଧିକାରୀ କୁ ଟଙ୍କା ଦେବା ପାଇ ବାଧ୍ୟ କରୁଛନ୍ତି। ଏନେଇ ବ୍ଲକ କାର୍ଯ୍ୟଳୟ ବାରମ୍ବାର ନିଜ ଗୁହାରି ଜଣେଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ମଙ୍ଗଳବାର ଏପିଡି ଦେବସ୍ମିତା କର ପାପଡାହାଣ୍ଡି ବ୍ଲକ କାର୍ଯ୍ୟଳୟ ଗସ୍ତ ରେ ଆସିଥିବା ସମୟରେ ଅନ୍ତୋଦୟ ହିତାଧିକାରୀ ବ୍ଲକ କାର୍ଯ୍ୟଳୟ ପହଞ୍ଚି ଏପିଡିଙ୍କୁ ଘେରିଥିଲେ। ବିଡ଼ିଓ କପିଳଦେବ ସାହୁ, ବିପିସି ଶଶିକାନ୍ତ ଦାସକୁ କମଳା ମାଝୀ,ସଂଗୀତା ଯାନୀଦୁତିକା କନ୍ଦ,ରୁକୁଣି ଭତରା,ସୋନାଦି ଭତରା ପ୍ରମୁଖ ହିତାଧିକାରୀ ଘେରିଥିଲେ। ଏପିଡି ବର୍ତ୍ତମାନ ରାଜ୍ୟସ୍ତର ରୁ ଆବାସ ପାଇ ଟଙ୍କା ଆସୁଛି। ଆମ ହାତରେ କିଛି ନାହିଁ, ଅଳ୍ପ ଦିନ ମଧ୍ୟରେ ଆପଣ ମାନେ ନିଜ ନିଜ କିସ୍ତି ପାଇଯିବେ କହିଥିଲେ। ପୂର୍ବରୁ ଆଧାର କାର୍ଡ ବେସ ଅନୁଯାୟୀ ଟଙ୍କା ଆସୁଥିଲା ବର୍ତ୍ତମାନ ଆକାଉଣ୍ଟ ପେ ଅନୁଯାୟୀ ଟଙ୍କା ମିଳିବ ବୋଲି ସୂଚନା ଦେଇଥିଲେ। ତେବେ ଶୀଘ୍ର ଟଙ୍କା ନ ପାଇଲେ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଥିଲେ। ଏପରି ପ୍ରଥମ କିସ୍ତି ପାଇଥିବା ୨୯୭ ଜଣ ମଧ୍ୟ ଘର ନିର୍ମାଣ କରି ଦ୍ୱିତୀୟ କିସ୍ତି କୁ ଯୋଗି ରହିଛନ୍ତି। ସରକାର ନିୟମ ଅନୁଯାୟୀ କାର୍ଯ୍ୟଦେଶ ସହ ୪୦ ହଜାର ଟଙ୍କା, ଛାତ ସ୍ତର ରେ ୬୫ ହାଜର ଟଙ୍କା,ଗୃହ ନିର୍ମାଣ କାର୍ଯ୍ୟ ଶେଷ ପରେ ୧୫ ହାଜର ଟଙ୍କା ପାଇବା ନିୟମ ରହିଛି। ସୀମିତ ସମୟରେ ଘର କାମ ସମ୍ପୂର୍ଣ୍ଣ କରିବା ପରେ ଅତିରିକ୍ତ ଭାବେ ୨୦ ହଜାର ଟଙ୍କା ପାଇବା ନିୟମ ରହିଛି।