ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ଡ୍ରାଇଭର ମହାସଂଘ ର ୭ ଦଫା ଦାବି ନେଇ ରାଜ୍ୟ ବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡ ଆନ୍ଦୋଳନ କଲେ ନବରଙ୍ଗପୁର, ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ହ୍ୱିର୍ଲି ସ୍ଥିତ କାର୍ଯ୍ୟାଳୟ ଠାରେ ସମସ୍ତ ଡ୍ରାଇଭର ମହାସଂଘ ସଦସ୍ୟ ମାନେ ଷ୍ଟିଅରିଂ ଛାଡ କରି ଆନ୍ଦୋଳନ କରିଛନ୍ତି। ଡ୍ରାଇଭର ମହାସଂଘ ସମସ୍ତ ସଦସ୍ୟ ମାନେ ସକାଳୁ ଏକତ୍ରିତ ହୋଇ ନାରାବାଜି ଦେଇ ସମସ୍ତ ଦାବି ଗୁଡିକୁ ମାନିବା ପାଇଁ ଅନୁରୋଧ କରିଛନ୍ତି।ଆନ୍ଦୋଳନ ସମୟରେ ଜରୁରୀ କାଳୀନ ସେବାରେ ଡ୍ରାଇଭର ମାନଙ୍କୁ ଛାଡ଼ି ଅନ୍ୟ ସେବା ଯେମିତି ବସ୍, ଟ୍ରକ୍ ଏବଂ ଅଟୋ-ରିକ୍ସା ସମେତ ଅନ୍ୟ ସମସ୍ତେ ଆଜିଠାରୁ ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ଏଥିସହିତ ଅଟୋ ଚାଳକଙ୍କୁ ଡ୍ରାଇଭର କଲ୍ୟାଣ ସଂଘରେ ସାମିଲ କରିବା, ୬୦ ବର୍ଷ ବୟସ ପରେ ପରେ ଡ୍ରାଇଭରଙ୍କୁ ଭତ୍ତା, ୧୦୦ କିଲୋମିଟର ଅନ୍ତରରେ ପାର୍କିଂ ଓ ଶୌଚାଳୟର ବ୍ୟବସ୍ଥା, ସେପ୍ଟେମ୍ବର ଏକ କୁ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି କହିଛନ୍ତି ଏହିଭଳି ୭ ଦାବି ନେଇ ବିକ୍ଷୋଭ ପଦର୍ଶନ କରୁଛି ଡ୍ରାଇଭର ସଂଘ ।ଅନ୍ୟ ପକ୍ଷରେ ଡ୍ରାଇଭର ମାନଙ୍କ ଆନ୍ଦୋଳନ ଯୋଗୁଁ ବିଶେଷ କରି ଯାତ୍ରୀ ମାନେ ଭାରି ଅସୁବିଧା ରେ ସମ୍ମୁଖୀନ ହୋଇ ଛନ୍ତି, ଯାତ୍ରୀ ପରିବହନ ଓ ମାଲ ପରିବହନ ରେ ପ୍ରଭାବ ପଡିଛି।