ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗୋପାଳ ଶ୍ରୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣ ରେ ବୋଲବମ୍ ମହାସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗକୁ ଆସୁଛି ଶ୍ରାବଣ ମାସ ୧୧.୭.୨୦୨୫ ରିଖ ଶୁକ୍ରବାର ପୂର୍ଣ୍ଣିମା ଦିନଠୁ ଆରମ୍ଭ ହୋଇଥାଏ ଶ୍ରାବଣ ମାସ । ପୂର୍ଣ୍ଣିମା ଦିନଠାରୁ ପ୍ରତ୍ୟେକ ଶିବ ଭକ୍ତ ବା ବୋଲବମ ଭାଇ ଭଉଣି ମାନେ ଏକ ମାସ ପର୍ଯ୍ୟନ୍ତ ପାଳନ କରିଥାନ୍ତି । ଏହି ବୈଠକରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଜଣ ସଭ୍ୟ ଉପସ୍ଥିତ ରହିଥିଲେ । ବୈଠକ ରେ ପ୍ରତ୍ୟେକ ସୋମବାର ଶିବ ବାବାଙ୍କୁ ଜଳଲାଗି ଇନ୍ଦ୍ରାବତୀ ନଦୀ ଘାଟ ରେ ପୂଜାର୍ଚ୍ଚନା କରି କାଉଡ଼ି ରେ ଜଳ ନେଇ ପ୍ରତ୍ୟେକ ସୋମବାର ଶିବ ଲିଙ୍ଗ ଉପରେ ଜଳାଭିଷେକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକ ରେ ବୋଲବମ୍ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହିଥିବା ବେଳେ ପ୍ରଥମ ସୋମବାର ଦିନ ପୋଡ଼ାଗଡ଼ ନଦୀ ଘାଟ ଠାରୁ କପୁର ଶିବମନ୍ଦିର ରେ ଜଳଲାଗି କରାଯିବା ନେଇ ବୋଲବମ ମହାସଂଘ ନିଷ୍ପତି ନେଇଛନ୍ତି।