ବଜ୍ରପାତ ଓ ସାପକାମୁଡା ପ୍ରତି ସାବଧାନତା ସମ୍ପର୍କରେ ସଚେତନତା ଶିବିର 

ଥୁଆମୂଲ  ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ରବି ନାରାୟଣ ସିଂହ) : ଥୁଆମୂଲ ରାମପୁର ବ୍ଳକ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଜରିଆରେ ଅଞ୍ଚଳର ପେରମଞ୍ଜି ଗ୍ରାମରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମଧୁମାଲା ବାଗଙ୍କ ନେତୃତ୍ୱରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ସର୍ପ ଦଂଶନ ଜନିତ ମୃତ୍ୟୁ ହାର ହ୍ରାସ କରିବା,  ସର୍ପାଘାତ ପ୍ରତି ସାବଧାନତା, ସାପ କାମୁଡ଼ିଲେ କଣ କରିବା ଉଚିତ୍ ଏବଂ କଣ ନ କରିବା କଥା,  ସାପ କାମୁଡା ପ୍ରତି ସାବଧାନତା ଦିଗରେ ଉପସ୍ଥିତ ମହିଳା ମାନଙ୍କୁ ସିଡିପିଓ ସଚେତନତା ଆଲୋଚନା ମାଧ୍ୟମରେ ବୁଝାଇଥିଲେ। ତତ୍ ସହିତ ଏହି ଶିବିରରେ ବଜ୍ରପାତ ଜନିତ ମୃତ୍ୟୁ ହାର ହ୍ରାସ କରିବା ପାଇଁ, ବଜ୍ରପାତ ବା ବିଜୁଳୀ ମାରିବା ଯୋଗୁଁ ଅନେକ ଜୀବନ ହାନି ହେଉ ଥିବାରୁ ଏଥିରୁ ରକ୍ଷା ପାଇବା ନିମନ୍ତେ କେଉଁ କେଉଁ ଊପାୟ ମାନ ଅବଲମ୍ବନ କରାଯିବ , ବଜ୍ରପାତ ରୁ ରକ୍ଷା ପାଇବାର ଉପାୟ ସହ କଣ କରିବା ଉଚିତ୍ ଓ କଣ କରିବା ଅନୁଚିତ୍ ସେ ବିଷୟରେ ପୃଙ୍ଖାନୁ ପୃଙ୍ଖ ଭାବରେ ପେରମଞ୍ଜି ଅଙ୍ଗନୱାଡ଼ି ସେକ୍ଟରର ପେରମଞ୍ଜି ର ସକ୍ଷମ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଖପାଖରୁ ଆସିଥିବା ପ୍ରତ୍ୟେକ କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ଏମ ବି କେ, ସିଆରପି, ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା, ଯୋଗଦେଇ ଥିବା ବେଳେ କର୍ଲାପାଟ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଜୟମନି ମାଝୀ, ଥୁଆମୂଲ ରାମପୁର ବ୍ଲକ ର ,ସି ଡି ପି ଓ ,ମଧୁମାଲା ବାଗ, ଆଇ ସିଡ଼ିଏସ ଗୋପୀନାଥ ପୁର ସେକ୍ଟର ର ସୁପରଭାଇଜର ସୁନୀତା ମାଝୀ , ଗୁଣପୁର ସେକ୍ଟର ସୁପର ଭାଇଜର , ଜାନକୀ ଘୂର୍ ଲିଆ ଏବଂ ଉକ୍ତ ପେରମଞ୍ଜି ସେକ୍ଟର ସୁପରଭାଇଜର ସୌଦାମିନୀ ଦାସ ଯୋଗଦେଇ ଥିଲେ।