କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : ସ୍ଥାନୀୟ ସଦରମହକୁମାର ଟୁନା ନାଏକଙ୍କ ୪୧ବର୍ଷ ବୟସରେ ପରଲୋକ ହୋଇ ଯାଇଛି, ତାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି, ସୂଚନା ଅନୁସାରେ ସ୍ଵର୍ଗତ ବାଲେଶ୍ଵର ନାଏକଙ୍କ ଏକମାତ୍ର ପୁଅ ଥିଲେ ଟୁନା ନାଏକ, ପରିବାର କହିଲେ ବିଧବା ମାଁ, ସ୍ତ୍ରୀ ଓ ଛୋଟ ଛୋଟ ଝିଅ ପୁଅକୁ ନେଇ ତାଙ୍କର ସଂସାର । ବିଧବା ଭତ୍ତାକୁ ପାଥେୟ କରି ବିଧବା ମାଁ ଛୋଟ ବେଲୁ ସ୍ଵର୍ଗତ ଟୁନାକୁ ଭରଣ ପୋଷଣ କରିବା ସହିତ ବିବାହ କରାଇ ଥିଲେ। କିଛି ଦିନ ତଲେ ସ୍ବର୍ଗତ ଟୁନାର ଦେହ ଅସୁସ୍ଥ ହୋଇ ପଡିଥିଲା, ତାଙ୍କୁ ପ୍ରଥମେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା, ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନ ଆସିବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା, ଗ୍ରାମର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଘରେ ବିଧବା ଶାଶୁ ବୋହୂ ଉପରେ ଦୁଇ ଭାଇ ଭଉଣୀଙ୍କ ଭବିଷ୍ୟତ ନେଇ ଚିନ୍ତାର କାରଣ ପାଲଟିଛି। ଏଦୁଇ ଝିଅ ପୁଅ ପାଇଁ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି।