ଖାଣ୍ଡା ଓ ବଡ଼ ଭରଣ୍ଡୀ ମଣ୍ଡଳର କର୍ମକର୍ତ୍ତାଙ୍କୁ ନେଇ ସାଙ୍ଗଠନିକ ବୈଠକ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ଝରିଗାଁ ନିର୍ବାଚନ ମଣ୍ଡଳୀର କାନାକୋଟ ପଂଚାୟତ ଅନ୍ତର୍ଗତ ଫୁର୍ଲା ଗ୍ରାମସ୍ଥିତ ବିଧାୟକଙ୍କ ବାସ ଭବନରେ ଆଜି ଝରିଗାଁ ନିର୍ବାଚନ ମଣ୍ଡଳୀର ଖାଣ୍ଡା ମଣ୍ଡଳ ଓ ବଡ଼ ଭରଣ୍ଡୀ ମଣ୍ଡଳର ବିଜେପି କର୍ମକର୍ତା ମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ନରସିଂହ ଭତରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଖାଣ୍ଡା ଓ ବଡ଼ ଭରଣ୍ଡୀ ମଣ୍ଡଳର ବରିଷ୍ଠ ଓ କନିଷ୍ଠ କର୍ମକର୍ତାମାନେ ବହୁ ସଂଖ୍ୟାରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିବା ଦେଖିବାକୁ ମିଲିଛି। ବିଧାୟକ  ବିଜେପି ଦଳର ସ୍ୱତନ୍ତ୍ରତା ତଥା ନିୟମାବଳୀ ବିଷୟରେ ଉପସ୍ଥିତ କର୍ମୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝେଇବା ସହିତ ମୋଦୀ ସରକାର ଓ ମୋହନ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା, ଜନସାଧାରଣଙ୍କ ଭଲମନ୍ଦ ଓ ଦୁଃଖସୁଖରେ ସହଭାଗୀ ହେବା ଓ ସେମାନଙ୍କୁ ନିଜ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଜନସାଧାରଣ ଯେପର୍ଯ୍ୟନ୍ତ ଆମ ସରକାରଙ୍କ ଦ୍ୱାରା ପ୍ରଣୟନ ହେଉଥିବା ସମସ୍ତ ଯୋଜନା ବିଷୟରେ ଅବଗତ ହେବେ ନାହିଁ ଅବା ସରକାରୀ ଯୋଜନାର ଲାଭ ପାଇପାରିବେ ନାହିଁ, ସେତେବେଳ ପର୍ଯ୍ୟନ୍ତ ଆମ ସରକାରକୁ ବିଶ୍ୱାସ କରିବେ ନାହିଁ। ଏଣୁ ସମସ୍ତେ ନିଜ ନିଜ ଅଞ୍ଚଳରେ ସରକାରୀ ଯୋଜନା ସବୁ ବିଷୟରେ ଲୋକଙ୍କୁ ଅବଗତ କରିବା ସହିତ ସେମାନଙ୍କୁ ଯୋଜନା ସବୁରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ତୃଣମୂଳ ସ୍ତରରେ ଲୋକଙ୍କୁ ସଂଗଠିତ କରିବା ସହିତ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ବର୍ତମାନ ଠାରୁ ସମସ୍ତେ ପ୍ରସ୍ତୁତ ହେବାକୁ ପଡିବ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପଂଚାୟତ ନିର୍ବାଚନରେ ଯେମିତି ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ ଯାଏ ସବୁଠିରେ ଆମ ଦଳୀୟ କର୍ମୀ ବିପୁଳ ଭୋଟରେ ବିଜୟୀ ହେବେ ଓ ବ୍ଲକ ଅଧ୍ୟକ୍ଷ ଏବଂ ବ୍ଲକ ଉପାଧ୍ୟକ୍ଷ ପଦବୀ ଯେମିତି ଆମ ଦଳୀୟ କର୍ମୀ ହାସଲ କରିପାରିବେ ସେନେଇଁ ବର୍ତମାନ ଠାରୁ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ପରାମର୍ଶ ଦେଇଥିଲେ। ବୈଠକରେ ଉପସ୍ଥିତ କର୍ମକର୍ତା ମାନଙ୍କ ମଧ୍ୟରେ ଉମରକୋଟ ବ୍ଲକ ବିଧାୟକ ପ୍ରତିନିଧି ସୁନା ମାଝୀ, ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ, ବଡ଼ ଭରଣ୍ଡୀ ମଣ୍ଡଳ ସଭାପତି ଈଶ୍ୱର ଭତରା, ଖାଣ୍ଡା ମଣ୍ଡଳ ସଭାପତି ଉତ୍ତମ ହରିଜନ,, ବଡ଼ ଭରଣ୍ଡୀ ପୂର୍ବତନ ମଣ୍ଡଳ ସଭାପତି କମଳୁ ମାଝୀ, ସମିରଣ ଓ ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ।