ଥୁଆମୁଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: ସମସ୍ତେ ପଢିବେ ସମସ୍ତେ ବଢିବେ । ୬ ବର୍ଷରୁ ୧୪ ବର୍ଷର ସମସ୍ତ ଶିଶୁଙ୍କ ଅଧିକାର ପାଠ ପଢିବା । ଏ ହେଉଛି ଶିକ୍ଷା ଅଧିକାର ଅଧ୍ୱନିୟମ ୨୦୦୯ । ଏନେଇ ଶୁକ୍ରବାର । ଥୁଆମୁଳ ରାମପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଥୁଆମୁଳ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସଚେତନ ଶିବିର ଅନୁଷ୍ଠିତ ହେଇଥିଲା । ଏଥିରେ ଥୁଆମୁଳ ରାମପୁର ଜେ.ଏମ.ଏଫ.ସି ବିଚାରପତି ମାନ୍ୟବର ତାରିଣୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମଗ୍ର ଶିକ୍ଷା ଅଭିଯାନର ଗୋଷ୍ଠୀ ସଂଯୋଜକ ହେମନ୍ତ କୁମାର ପଣ୍ଡା, ଏ.ପି.ପି ଦେବଦତ୍ତ ଯୋଷୀ, ମାଁ ମାଣିକେଶ୍ଵରୀ ପଂଟ୍ଟୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଚ୍ଛିନ୍ନା, ଆଇନଜିବୀ ଦିଲିପ କୁମାର ନାଏକ, ନବ କିଶୋର ବେହେରା, ତାଲୁକ୍ ଆଇନ ସେବା ସମିତିର ସଭ୍ୟା ସରୋଜିନୀ ମାଝୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃତିବାସ ନାଏକ ପ୍ରମୁଖ ମଂୟସୀନ ହେଇ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ସମ୍ବନ୍ଧରେ ବୁଝାଇଥିଲେ । ହରିନାରାୟଣ ବାଗ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାଶିନାଥ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ ଏଥିରେ ବ୍ଳକର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ ବହୁ ସାଧାରଣ ଜନତା ଉପସ୍ଥିତ ରହିଥିଲେ ।