ଗଞ୍ଜେଇ ଜବତ, ଚାଲାଣକାରୀ ଗିରଫ

କ.ନୂଆଗାଁ /କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ କୁଡୁତୁଲି ବ୍ରିଜ ନିକଟରେ ଏକ ହୁଣ୍ଡା ବାଇକ ନଂ ଓଡି ୧୨ ଡି ୨୪୬୧ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଏସଆଇ ଦମୟନ୍ତୀ ବେହେରାଙ୍କ ହାବୁଡ଼ରେ ପଡ଼ିଥିଲେ।ପରେ ଏଏସଆଇ ଉମାଶଙ୍କର ପେଡେଣ୍ଟି ଓ ସୁରେନ୍ଦ୍ର କୁମାର ରାଜହଂସଙ୍କ ସହିତ ପୋଲିସ ଯାଞ୍ଚକାରୀ ବାଇକ ସହ ଉକ୍ତ ଗଞ୍ଜେଇ ଅଖା ଜବତ କରିଥିଲେ। ପରେ ଉକ୍ତ ସ୍ଥାନରେ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଆନନ୍ଦ କୁମାର ପଣ୍ଡାଙ୍କ ଉପସ୍ଥିତିରେ ସେହି ଅଖାରେ ଥିବା ୧୩ କେଜି ୫୦୦ ଗ୍ରାମ ଗଞ୍ଜେଇ ଓ ହୁଣ୍ଡା ବାଇକ ଜବତ କରିଥିଲେ। ପୋଲିସ ଏ ସଂକ୍ରାନ୍ତରେ ଥାନା କେସ ନଂ ୧୧୬/୨୫ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଚାଲାଣକାରୀ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାଇନ୍ ପଡ଼ା ପଞ୍ଚାୟତର କନ୍ଦାରମୁଣ୍ଡା ସୁବଦା ଦିଗାଲ (୩୪) କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।