ବନିମିଲାରେ ୭୬ତମ ବନମହୋତ୍ସବ ପାଳିତ

ବାଲିଗୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ବନିମିଲା ରେ ୭୬ତମ ବନ ମହୋତ୍ସବ ଅବସରରେ ମାଆଙ୍କ ପାଇଁ ଗଛ ଲଗାଇଲେ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଓ ସାମ୍ବାଦିକ । ବାଲିଗୁଡା ବନଖଣ୍ଡ କୁର୍ତ୍ତମଗଡ଼ ସେକ୍ସନ ଅନ୍ତର୍ଗତ ବନିମିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିବେଶ ପ୍ରେମୀ ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ପହଞ୍ଚି ବିଦ୍ୟାଳୟ କତୃପକ୍ଷଙ୍କୁ ବୃକ୍ଷ ରୋପଣ ପାଇଁ ଆଗ୍ରହ ସୃଷ୍ଟି କରିଥିଲେ । ତୁମୁଡ଼ିବନ୍ଧ ରେଞ୍ଜ ପକ୍ଷରୁ ମାଗଣା ଚାରା ଦିଆଯାଇ ଥିଲା, ବନରକ୍ଷୀ ସୁଶିଲ କୁମାର ପ୍ରଧାନଙ୍କ ସହଯୋଗ ଓ ଉପସ୍ଥିତିରେ ଆୟୋଜିତ ବନ ମହୋତ୍ସବରେ ପ୍ରଧାନ ଶିକ୍ଷକ ବିଶ୍ୱେଶ୍ୱର୍ ପ୍ରଧାନୀ ସାମ୍ୱାଦିକ ପ୍ରମୋଦ ଦଣ୍ଡସେନା, ଟିକି ଦଣ୍ଡିଆ ଶ୍ରିବନ୍ତ ଦିଗାଲ ମାଆଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇ ଥିଲେ । ସାମ୍ୱାଦିକ ପ୍ରମୋଦ ଅଞ୍ଚଳରେ ପୋଡୁ ଚାଷରୁ ନିବୃତ ରହି ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ ।