ବ୍ଲକସ୍ତରୀୟ ସନ୍ଥକବି ଭୀମ ଭୋଇ ସାମର୍ଥ୍ୟ ଶିବିର

ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ପରିସରରେ ଆଜି ବ୍ଲକ ସ୍ତରୀୟ ସନ୍ଥକବି ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସନ୍ଥକବି ଭୀମ ଭୋଇ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ପରେ ପ୍ରଦୀପ ପ୍ରଜ୍ବଳନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ, ସାମାଜିକ ସୁରକ୍ଷା ଭାରପ୍ରାପ୍ତ ଅଧିକାରୀ ଶ୍ୟାମସୁନ୍ଦର ନାଏକ, ଦେଢସୁଲି ପଞ୍ଚାୟତ ର ସମିତି ସଭ୍ୟ ଯାଜ୍ଞସେନ ପଣ୍ଡା,ଏମ ଆଇ ଡି,ଡି,ଆର,ସି ନିବାସ ଚନ୍ଦ୍ର ସାହୁ, ଯୋଗଦେଇ ସନ୍ଥକବି ଭୀମ ଭୋଇ ସାମର୍ଥ୍ୟ ଶିବିର ଉପରେ ନିଜ ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ। ସାମାଜ ସେବୀ ଲିଙ୍ଗରାଜ ନାଗ ମଞ୍ଚପରିଚାଳନା କରିଥିବା ଶ୍ରୀପତି ପଟ୍ଟନାୟକ ବ୍ଲକ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ୧୯ ଗୋଟି ପଞ୍ଚାୟତ ର ସମସ୍ତ ଭିନ୍ନକ୍ଷମ ମହିଳା ପୁରୁଷ ଛୋଟ ଛୁଆ ମାନେ ହଜାର ହଜାର ସାମିଲ ହୋଇଥିଲେ। ୬ ଟି ପଞ୍ଜିକରଣ କାଉଣ୍ଟର ଖୋଲାଯାଇଥିଲା ଶାରୀରିକ ଅକ୍ଷମ, ପଞ୍ଜିକରଣ ମାନଶିକ, ଚକ୍ଷୁ, ଶ୍ରବଣ ଓ କହିବା ପଞ୍ଜିକରଣ, ଭିନ୍ନ କ୍ଷମ ପାଇଁ ଘର ପଞ୍ଜିକରଣ, ସହାୟକ ଉପକରଣ ପଞ୍ଜିକରଣ, ବସ, ଟ୍ରେନ ପାସ ପାଇଁ ପଞ୍ଜିକରଣ, ବାଣୀ ଶ୍ରୀ ଛାତ୍ର ବୃତ୍ତି ପଞ୍ଜିକରଣ କରାଯାଇ ସମସ୍ତ ଭିନ୍ନ କ୍ଷମ ତାଙ୍କ ସହକର୍ମୀଙ୍କ ପାଇଁ ପିଇବା ପାଣି ଖାଇବା ବ୍ୟବସ୍ଥା କରାଯାଇଥିଲା।