ୟୁ.ଏ.ଏସ ଉପସ୍ଥାନକୁ ବିରୋଧ କରି ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

ରାଇଘର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମାମନି ଚକ୍ରବର୍ତ୍ତୀ) : ୟୁ.ଏ.ଏସ ଉପସ୍ଥାନକୁ ବିରୋଧ କରିବା ସହ ୧୦ ଦଫା ଦାବି ନେଇ ଆଜି ବର୍ଷାରେ ଭିଜି ଭିଜି ଦାବିପତ୍ର ଦେଲେ ପ୍ରାଥମିକ ଶିକ୍ଷକ ସଂଘ ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବର୍ଷାରେ ଭିଜି ଭିଜି ଦାବିପତ୍ର ପ୍ରଦାନ କରିଥିଲେ, ଶିକ୍ଷକ ମାନଙ୍କ କହିବା କଥା ଛଅ ଗୋଟି ଶ୍ରେଣୀରେ ଦୁଇଟି ଶିକ୍ଷକ, ନଅ ଗୋଟି ଶ୍ରେଣୀକୁ ଚାରି ଗୋଟି ଶିକ୍ଷକ, ସବୁ ଦିନ ଶିକ୍ଷକଙ୍କୁ ବିଭିନ୍ନ ପ୍ରକାର ଅଣ ଶୈକ୍ଷିକ କାର୍ଯ୍ୟ ଯୋଗୁଁ ବିଦ୍ୟାଳୟରେ ଜଣେ ଦୁଇଜଣ ଅଣ ଶିକ୍ଷାଦାନ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। ତେଣୁ ଶିକ୍ଷକ ପିଲାଙ୍କୁ ସମ୍ଭାଳିବା ଛଡ଼ା ଶିକ୍ଷାଦାନ କରିବା ଅସମ୍ଭବ। ବର୍ତମାନ ଏସବୁ ଅବ୍ୟବସ୍ଥା ଭିତରେ ଶିକ୍ଷକ ଥିବା ସମୟରେ କେବଳ ଶିକ୍ଷକ ରୂପକ ସରକାରୀ କର୍ମଚାରୀଙ୍କୁ ୟୁନିଫଏଡ ଉପସ୍ଥାନ ପଦ୍ଧତି (ୟୁ.ଏ.ଏସ)ଉପସ୍ଥାନ ପ୍ରଣାଳୀକୁ ନିଜସ୍ବ ମୋବାଇଲରେ ଜୋର ଜବରଦସ୍ତ ବଳ ପୂର୍ବକ, ଦରମା ବନ୍ଦ କରି ବାକୁ ଲାଲ ଆଖି ଦେଖାଇ, କ୍ରୀତଦାସ ସ୍ବରୂପ ଉଚ୍ଚ କର୍ତ୍ତୃପକ୍ଷ ହିଟଲର୍ ଶାସନ କରୁଛନ୍ତି ଯାହାକି ଶିକ୍ଷକଙ୍କ ପଦମର୍ଯ୍ୟାଦା, ମୂଲ୍ୟବୋଧ ଓ ବ୍ୟକ୍ତିଗତ ଜୀବନ ଚର୍ଯ୍ୟାରେ ବାଧକ ସହିତ ଗଣତନ୍ତ୍ର ରାଷ୍ଟ୍ରରେ ମାନବ ଅଧିକାର ଉଲ୍ଲଙ୍ଘନ କରୁଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଏକ ଉପାନ୍ତ ଅଞ୍ଚଳ ଯାହାକି ପାହାଡ ପର୍ବତ ଘେରା ବିଦ୍ୟାଳୟରେ ଏ ପର୍ଯ୍ୟନ୍ତ ଇଣ୍ଟରନେଟର ବ୍ୟବସ୍ଥା ହୋଇପାରି ନାହିଁ । ବିଦ୍ୟାଳୟର ଡାଟା ସବୁ ଦେବାକୁ ହେଲେ ଶିକ୍ଷକ ପାହାଡ ଚଢ଼ୁଛନ୍ତି, ୟୁ.ଏ.ଏସ ପଦ୍ଧତିରେ ଉପସ୍ଥାନ ହେଲେ ଶିକ୍ଷକ ଛାତ୍ର ଛାତ୍ରୀଙ୍କୁ ଧରି ଇଣ୍ଟରନେଟ ଆସୁଥିବା ସ୍ଥାନକୁ ଯାଇ ଉପସ୍ଥାନ ଦେବା ସମ୍ଭବପର ହେବ । ଯାହାକି ଅଭିଭାବକ ସରକାରଙ୍କ ଏହି ନୀତିକୁ ବିରୋଧ କରିବା ସହ ଶିକ୍ଷକଙ୍କୁ ବିରୋଧ କରିବେ । ଛାତ୍ର ଛାତ୍ରୀ ସକାଳୁ ବିଦ୍ୟାଳୟ କୁ ଠିକ୍ ସମୟରେ ନ ଆସିପାରିଲେ ମଧ୍ୟାନ୍ନ ଭୋଜନ ରୁ ବଞ୍ଚିତ ହେବେ କାରଣ ସକାଳ ୧୦ ଟା ସମୟରେ ଉପସ୍ଥାନ ପଢିବାପରେ ଆସୁଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେବେ । ତେଣୁ ୟୁ.ଏ.ଏସ ଲାଗୁ କଲେ ସେମାନେ ଅନ୍ନ ମୁଠାଏ ପାଇ ପାରିବେନି ତେଣୁ ଶିକ୍ଷାର ହାର କମିଯିବ । ଭିତ୍ତିଭୂମି ସୃଷ୍ଟି କରାନଗଲେ ଆସନ୍ତା ଗୁରୁ ଦିବସ ଠାରୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବ୍ୟକ୍ତିଗତ ମୋବାଇଲ ବ୍ୟବହାର କରି କୌଣସି ସରକାରୀ କାମ କରିବେ ନାହିଁ ବୋଲି ଶିକ୍ଷକ ସଂଘ ଚେତାବନି ଦେଇଛନ୍ତି ଆଜି ନବରଙ୍ଗପୁର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନନ୍ତ ପ୍ରହରାଜଙ୍କ ଉପସ୍ଥିତରେ ରାଇଘର ବ୍ଲକ ପ୍ରାଥମିକ ସଂଘ ସଭାପତି ଦେବଦାସ ଗଣ୍ଡ, ମୋତିଲାଲ ଗଣ୍ଡ, ଘନଶ୍ୟାମ ଗଣ୍ଡ, ଭିଙ୍ଗୁ ଗଣ୍ଡ, କାମେଶ୍ୱର ହନ୍ତାଳ,ଶୋଭା ସିଂ ଗଣ୍ଡ, ପ୍ରିୟଦର୍ଶିନୀ ରାଉତ, ତିଳବାଇ ଗଣ୍ଡ, ପ୍ରତିମା ମଲ୍ଲିକ, ପୁର୍ଣିମା ମିସ୍ତ୍ରୀ, ସୀମା ହାଲଦାର,ଲକ୍ମିପ୍ରିୟା ସାହୁ, ବସନ୍ତ ପ୍ରହରାଜ, ବଂଶୀଧର ଜେନା, ଆଶିଷ ମହାଳିକ, ସୋମନାଥ ପଟ୍ଟନାୟକ, ହୀରାଲାଲ ହଲବା, ସୁଜିତ ବାରୋଇ, ରଞ୍ଜନ ବିଶ୍ୱାସ,ପରମେଶ୍ୱର ସିଂ ରାଜପୁତ,ହିମାଂଶୁ ମହାପାତ୍ର ଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ବର୍ଷାରେ ଭିଜି ଭିଜି ଏକ ଶୋଭାଯାତ୍ରା କରି (ୟୁ.ଏ.ଏସ) ବିରୋଧ ସହ ଦଶ ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିତୁ ସିଂ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିକାଶ ସରକାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ।