ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବତୀ ମୃତ 

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା କଦଳୀମୁଣ୍ଡା ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଜଣେ ଯୁବତୀ ଙ୍କ ମୃତ୍ୟୁ ହୋଇଛି। ମୃତ ଯୁବତୀ ହେଲେ ଉକ୍ତ ଗାଁର କେଶରାମ ନାଏକ ଙ୍କ ସାଧ ଝିଅ ସାବେଶ ନାଏକ (୨୩)। ସେ ନିଜ ଡ୍ରେସକୁ ଆଇରନ (ଇସ୍ତ୍ରୀ ) କରୁଥିବାବେଳେ ଅସାବଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ଅଚେତ ହୋଇଥିବାବେଳେ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପର୍ଲା ଡାକ୍ତରଖାନାକୁ ନେଇ ଥିଲେ। ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ପରିବାର ଲୋକେ ଧର୍ମଗଡ ଥାନାରେ ଏତଲା ଦେଲା ପରେ ଧର୍ମଗଡ ଥାନା ଏକ ମାମଲା ରୁଜୁ କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ। ପରିବାର ବର୍ଗକୁ ଶାନ୍ତ୍ୱନା ଦେବା ପାଇଁ ପଣ୍ଡରାମାଳି ଯୁବ ବାହିନୀ ପୂର୍ସବତନ ସଭାପତି ଓ ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକ ଓ କୁଳପତି ପ୍ରକାଶ ଚନ୍ଦ୍ର ନାଏକଙ୍କ ନିର୍ଦ୍ଯୁଦେଶରେ ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ସେତୁରାମ ଭକ୍ତ, କବିରାମ ଲିମଗୋଚିଆ, ଧର୍ମଗଡ ଏନଏସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ରତନ ନାଏକ ପହଞ୍ଚି ଶବ ବାହକ ଗାଡି ପାଇଁ ଆର୍ଥିକ ସାହାଯ୍ୟ ସହଯୋଗ କରିଥିଲେ।