ମହାବିଦ୍ୟାଳୟର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ଉତ୍ସବ ଅନୁଷ୍ଠିତ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କଲମପୁର ଅମୋହମଣୀ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରିବା ପାଇଁ ଏକ ସ୍ବାଗତ ଉତ୍ସବ ଆୟୋଜିତ ହୋଇଥିଲା। କଲେଜର ମୁଖ୍ୟଦ୍ଵାର ନିକଟରୁ ଶ୍ରେଣୀଗୃହ ପର୍ଯ୍ୟନ୍ତ ବର୍ଣ୍ଣାଢ଼୍ୟ ପରିବେଶରେ ପ୍ରେମଶିଳା ପାତ୍ର ଓ ଜୟଲକ୍ଷ୍ମୀ ହାତୀ ଫୁଲ ଚନ୍ଦନ ଦେଇ ପାଛୋଟି ନେଇଥିଲେ, ଏହି ଅବସରରେ ଏକ ସଭାର ଆୟୋଜନ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ବିରଞ୍ଚି ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ, ଦୁଇ ଜଣ ନୂତନ ଭାବେ ଯୋଗଦାନ କରିଥିବା ପିଜିଟି ଓ ଦୁଇ ଜଣ ଅତିଥି ଅଧ୍ୟାପିକା ମାନଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମାଝୀ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ କରିଥିଲେ, ଛାତ୍ରୀ ପ୍ରେମଶୀଳା ପାତ୍ର ଓ ଅର୍ଚ୍ଚନା ଧଙ୍ଗଡାମାଝିଙ୍କ ନୃତ୍ୟ ଉପସ୍ଥିତ ସମସ୍ତ ଦର୍ଶକଙ୍କ ମନ ମୋହିଥିଲା, ଛାତ୍ରୀ ତିଲୋତ୍ତମା ବେହେରା, ସୁପ୍ରିୟା ଲୋହରା,ହେମାଙ୍ଗିନି ନାଏକ,ପ୍ରିୟଙ୍କ ମାଝୀ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ, ଭୂଗୋଳ ବିଭାଗର ଅଧ୍ୟାପକ ବିଭୁତି ଭୁଷଣ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିବା ବେଳେ ଅର୍ଥନୀତି ବିଭାଗ ଅଧ୍ୟାପକ ମଳୟ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ।