କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ବିଜ୍ଞାପିତ ଅଂଚଳ ପାରିଷଦ କେସିଙ୍ଗା ଦ୍ଵାରା ଆଇନଗତ ସଫେଇ ସୁରକ୍ଷିତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ପଂଚାୟତ ସମିତି କେସିଙ୍ଗା ର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବିଜ୍ଞାପିତ ଅଂଚଳ ପାରିଷଦ କେସିଙ୍ଗା ର ପାରିଷଦ ବୃନ୍ଦ, ଅଧ୍ୟକ୍ଷ, ଉପାଧ୍ୟକ୍ଷ।, ସ୍ୱଚ୍ଛ ସାଥୀ, ସୁପର ଭାଇସର ଏବିଂ ଏନ୍ଏସି କର୍ମଚାରୀ ମାନେ ଉପସ୍ଥିତ ରହି ମଳ ଉପଚାର କେନ୍ଦ୍ରର ପରିଦର୍ଶନ କରିଥିଲେ । ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ନଗରପାଳ ନୃପରାଜ୍ ଯାଦବ , ଅଧ୍ୟକ୍ଷତା କରିଥିଲେ। ଆଲୋଚନାର ବିଷୟବସ୍ତୁ ଥିଲା ପାଇଖାନା ଟାଙ୍କି ସଫା କରିବା ସମୟରେ ଶେଷପୂଲ୍ ଗାଡ଼ି ର ବ୍ୟବହାର, ପାଇଖାନା ଟାଙ୍କି ସଫା କରିବା ସମୟରେ ପଞ୍ଜୀକୃତ ପରିମଳ କର୍ମଚାରୀ ଙ୍କୁ ନିୟୋଜିତ କରିବା ସହ ସୁରକ୍ଷା ଉପକରଣ ବ୍ୟବହାର କରିବା । ଏହିସମ୍ବନ୍ଦରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।