ପ୍ରେମିକାକୁ ପ୍ରତାରଣା, ପ୍ରେମିକା ଗିରଫ

ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ଜଣେ ନାବାଳିକାକୁ ପ୍ରତାରଣା କରିବା ଅଭିଯୋଗରେ ତେନ୍ତୁଳୀଖୁଣ୍ଟି ଥାନା ବନ୍ଧଗୁଡା ଗାଁର ପମିର ଧୋବା (୨୧)କୁ ମୈଦଲପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ମୈଦଲପୁର ଥାନା ଅଞ୍ଚଳର ଜଣେ ନାବାଳିକା ସହିତ ପମିର ଦୀର୍ଘ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ପୂର୍ବରୁ ସେମାନେ ଘର ଛାଡି ଚାଲି ଯାଇଥିଲେ। ବିଭିନ୍ନ ସଂଗଠନ ଓ ଅଙ୍ଗନୱାଡି କର୍ମୀଙ୍କ ବୁଝାସୁଝା ପରେ ଉଭୟ ପକ୍ଷ ରାଜି ହୋଇ ଅଲଗା ରହୁଥିଲେ। ଝିଅକୁ ୧୮ ବର୍ଷ ହେବା ପରେ ଉଭୟ ପୁଣି ଘର ଛାଡି ଚାଲି ଯାଇଥିଲେ। ସପ୍ତାହ ରହିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏ ନେଇ ନାବାଳିକା ଜଣଙ୍କ ମୈଦଲପୁର ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ଙ୍କୁ ଭିତ୍ତି କରି ପୋଲିସ ପମିରକୁ ଗିରଫ କରି ମାମଲା ରଜୁ କରିଛି।