ସାଂସଦ ଓ ଜିଲ୍ଲା ସଭାପତିଙ୍କ ସମେତ ବିଜେପି କର୍ମୀ ଶୁଣିଲେ ମନ କି ବାତ କାର୍ଯ୍ୟକ୍ରମ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) :  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨୫ ତମ ମନ କି ବାତ କାର୍ଯ୍ୟକ୍ରମ ରବିବାର ଦିନ ସିଧା ପ୍ରସାରଣ କରାଯାଇଥିଲା।ଏଥି ପାଇଁ କେସିଙ୍ଗା ବିଜେପି ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ କର୍ମୀ ଓ ସାଧାରଣ ଜନତାଙ୍କୁ ମନ କି ବାତ କାର୍ଯ୍ୟକ୍ରମ ଶୁଣାଇବା ପାଇଁ ବ୍ୟବସ୍ଥା ଆୟୋଜନ କରାଯାଇ ସମସ୍ତେ ମିଶି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଥିଲେ।ଏଥିରେ ଉପସ୍ଥିତ ଥିଲେ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ସମେତ ପୂର୍ବତନ ସାଂସଦ ଅର୍କକେଶରି ଦେଓ, ଜିଲ୍ଲା ବିଜେପି ସଭାପତି ଯୁଗଳ ପୋଡ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ଦାସ, କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡ଼ା,ସମ୍ପାଦକ ଯୁଗଳ କିଶୋର ଦୀପ,ପୂର୍ବତନ ସଭାପତି ମଗନ୍ ସିନ୍ଦୂର, ପ୍ରଶାନ୍ତ ବାନାର୍ଜୀ, ଉପସଭାପତି ପ୍ରିତେସ ପଟେଲ, ପୂର୍ବତନ ନଗରପାଳ ସରିତା ସିନ୍ଦୂର ଓ ଅନେକ କର୍ମକର୍ତ୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ।ପରେ ସାଂସଦ ମହୋଦୟ ବିଜେପି କର୍ମୀ ମାନଙ୍କ ସହ କେସିଙ୍ଗା ରେଳ ଷ୍ଟେସନ କୁ ଯାଇ ଅମୃତ ଯୋଜନାରେ ଷ୍ଟେସନ ରେ ଚାଲିଥିବା କାମ ର ତଦାରଖ କରିଥିଲେ।