କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କିଛିଦିନ ତଳେ ବିହାର ରାଜ୍ୟର ଦରଭଙ୍ଗାରେ ଏକ ଜନସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତା ଙ୍କ ପ୍ରତି କରିଥିବା ଅଶ୍ଳୀଳ ଅପଶବ୍ଦ କୁ ରବିବାର ଦିନ କେସିଙ୍ଗା ବିଜେପି ପକ୍ଷରୁ ଦୃଢ ବିରୋଧ କରିବାସହ ରାଜ ରାସ୍ତାରେ ରାହୁଲ ଗାନ୍ଧି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଦଗେଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ। ରାହୁଲ ଗାନ୍ଧି ହାଏ ହାଏ ନାର ରେ କମ୍ପୁଥିଲା କେସିଙ୍ଗା ରାଜ ରାସ୍ତା। ଏହି ବିରୋଧ ପ୍ରଦର୍ଶନ ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ବିଜେପି ଜିଲ୍ଲା ସଭାପତି ଯୁଗଳ ପୋଢ଼, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ଦାସ, କେସିଙ୍ଗା ବିଜେପି ନଗର ସଭାପତି ପିଙ୍କୁ ପରିଡ଼ା, ସମ୍ପାଦକ ଯୁଗଳ ଦୀପ,ପୂର୍ବତନ ନଗରପାଲ ସରିତା ସିନ୍ଦୂର, ପୂର୍ବତନ ନଗର ସଭାପତି ପ୍ରଶାନ୍ତ ବାନାର୍ଜୀ, ମଗନ ସିନ୍ଦୂର, ଉପ ସଭାପତି ପ୍ରୀତେଶ ପଟେଲ, ଶଙ୍କର ଲାଲ ଗର୍ଗ ଙ୍କ ସମେତ ଅନେକ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।