ବାଇକ୍ ଦୁର୍ଘଟଣାରେ ଚାଳକ ମୃତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ବଡଛତ୍ରଙ୍ଗ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।ସୋମବାର ରାତି ପ୍ରାୟ ୯ ଘଣ୍ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତ ଚାଳକ ଜଣକ ହେଉଛନ୍ତି ଅଡ୍ରୀ ଗୁଞ୍ଜମାଳି ପଡାର ମେଟା ଝୋଡିଆଙ୍କ ପୁଅ ବଳରାମ ଝୋଡିଆ(୨୫) ବୋଲି ଜଣାପଡିଛି। ସେ ବାଇକରେ କୌଣସି କାର୍ଯ୍ୟରେ ଯାଇ ନିଜ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରିଛି ପୋଲିସ।ଘଟଣା ସ୍ଥଳରେ ଥୁଆମୂଳ ରାମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।