କୁସୁମଖୁଣ୍ଟି ସ୍କୁଲର ୬୫ ତମ ପ୍ରତିଷ୍ଠା ଦିବସ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ କୁସୁମଖୁଣ୍ଟି ସରକାରୀ ପ୍ରାଥମିକ ବିଦ୍ୟାଳୟର ୬୫ ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଛି। ବିଆରସି ଦୟାନିଧି ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅବସରପ୍ରାପ୍ତ ଶିକ୍ଷକ ରଜନୀ କାନ୍ତ ପଣ୍ଡା ମୁଖ୍ୟବକ୍ତା, ସିଆରସିସି ଦିଲିପ କୁମାର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ କୁମାର ବେହେରା, ସାମାଜିକ କର୍ମୀ ଘେନୁ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନେ ଭଲ ମଣିଷ ହେବା ସହ ନିଜ ସ୍କୁଲ ଓ ଅଞ୍ଚଳର ନାଁ କୁ ଗୌରାବନିତ୍ତ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ସୁଶୀଲ କୁମାର ଶବର, ଲିଙ୍ଗରାଜ ବେହେରା, ମହେଶ୍ୱର କାଣ୍ଡ, କୁଶଧର ବେହେରା, ସତ୍ୟ ସୁନାନୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କ୍ରମରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ  ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିକ୍ଷକ ଜନାର୍ଦ୍ଦନ ବେହେରା ସଂଯୋଜନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଅଭିଳାଷ ଚନ୍ଦ୍ର ସାହୁ, ସହକାରୀ ଶିକ୍ଷୟିତ୍ରୀ ବିଜୟାଲକ୍ଷ୍ମୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।