୧୨ ଜଣ ଟ୍ରେନିଂ ଆଇଏଏସ ଅଧିକାରୀଙ୍କୁ କେସିଙ୍ଗାରେ ସ୍ଵାଗତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ୧୨ ଜଣ ଭାରତୀୟ ପ୍ରଶାସନିକ ପ୍ରବେଶନର ଅଧିକାରୀ କଳାହାଣ୍ଡି ଜିଲ୍ଲାକୁ ପରିଦର୍ଶନ ପାଇଁ ଉମେଶ କୁମାର ମୀନା, ଛାୟା କୁମାରୀ, ଅକ୍ଷତ ମଣ୍ଡିୱାଲା, ଗୁରକନୱାଲ ସିଂ, ନେହା କୋର, ଶ୍ରେୟାସ ରାଓ, ଜାବେଦ ଅହମ୍ମଦ ଖାନ, ରାଗିଣୀ ଗୋୟଲ,  ଅଭିଷେକ ଚୌଧୁରୀ, ବିକାଶ କୁମାର ମୀନା, ସଞ୍ଜୟ ଶଶିକାନ୍ତ ଓ ଗୋସିକା ପିଆର ୬ ଦିନିଆ କଳାହାଣ୍ଡି ଜିଲ୍ଲା ଗ୍ରସ୍ତରେ ଆସି ରବିବାର ଦିନ ସମତା ଏକ୍ସପ୍ରେସ ଯୋଗେ କେସିଙ୍ଗା ରେଳ ଷ୍ଟେସନ ରେ ଓହ୍ଲାଇ ଥିଲେ।ଅଧିକାରୀ ମାନକ ସ୍ଵାଗତ ପାଇଁ କେସିଙ୍ଗା ରେଳ ଷ୍ଟେସନ ରେ ଜିଲ୍ଲା ଏପିଡି ବିମ୍ବାଧର ଶବର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକା ନନ୍ଦ ମହାନନ୍ଦଙ୍କ ସମେତ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଉପସ୍ଥିତ ଥିଲେ। ୧୨ ଅଧିକାରୀ ଟ୍ରେନରେ ଓହ୍ଲାଇବା ପରେ ତାଙ୍କୁ ସମ୍ମାନାର୍ଥେ କେସିଙ୍ଗା ବ୍ଲକ କାର୍ଯ୍ୟାଳୟ ରେ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ବିଡ଼ିଓ ଙ୍କ ଚାମ୍ବରରେ ପ୍ରାୟ ଏକ ଘଣ୍ଟା କାଳ କେସିଙ୍ଗା ବିଷୟରେ ବିଡ଼ିଓ ଙ୍କ ସହିତ ବିଭିନ୍ନ ପ୍ରକାରର ବିକାଶ ଉପରେ ଆଲୋଚନା କରିଥିଲେ କେସିଙ୍ଗା ବିଡ଼ିଓ ଅଧିକାରୀ ମାନଙ୍କୁ କେସିଙ୍ଗାର ଇତିହାସ ଭୋଗୋଲ, ଜନସଂଖ୍ୟା ଓ ଅନେକ ବିଷୟରେ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ। ପରେ ତାଙ୍କର ଚା ପାଣିର ବ୍ୟବସ୍ଥା କରାଯାଇ ଥିଲା ପରେ ଅଧିକାରୀ ମାନେ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ଅଭିମୁକ୍ଷେ ଗ୍ରସ୍ତ କରିଥିଲେ।ଉକ୍ତ ଅଧିକାରୀ ମାନେ ୬ ଦିନର ରହଣି ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ,ପଞ୍ଚାୟତ ଓ ଜିଲ୍ଲାର ପ୍ରମୁଖ ସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି।ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ଏବିଡିଓ ସିଦ୍ଧେଶ୍ୱର ମେହେର, କନିଷ୍ଠ ଯନ୍ତ୍ରୀ ଜଳେଶ୍ଵର ନାଏକ,ତ୍ରିଲୋଚନ ବେହେରା, ସ୍ଥିତି ପ୍ରଜ୍ଞା ମୋଲା, ଯୋଗେଶ୍ୱରି ଭୋଇ ଓ ଅନ୍ୟାନ୍ୟ ବ୍ଲକ କର୍ମଚାରୀ ପ୍ରମୁଖ ବ୍ଲକ କାର୍ଯ୍ୟାଳୟ ରେ ଉପସ୍ଥିତ ଥିଲେ।