କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ କାଉଡୋଲା ଧାନ ମଣ୍ଡିଠାରେ ଆଜି କଳାହାଣ୍ଡି ଜିଲ୍ଲା ରାଇସ ମିଲ ଏବଂ ମଣ୍ଡି ହେମାଲ ୟୁନିୟନ (ସଂଲଗ୍ନ ଭାରତୀୟ ମଜଦୁର ସଂଘ ଓଡିଶା) ର ସାଧାରଣ ସଭା ଅନୁଷ୍ଠିତ ହୋଇଛି। କଳାହାଣ୍ଡି ଜିଲ୍ଲା ମଣ୍ଡି ହେମାଲ ୟୁନିୟନର ସଭାପତି ସୁରେନ୍ଦ୍ର ମୋହନ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଭାରତୀୟ ମଜଦୁର ସଂଘର ପୂର୍ବତନ ପ୍ରଦେଶ ସଭାପତି ତଥା ମଣ୍ଡି ଓ ରାଇସ ମିଲ ହେମାଲ ସଂଘର ଜିଲ୍ଲା ସଭାପତି ଦେବେନ୍ଦ୍ର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବି.ଏମ୍.ଏସ୍ ର ସଭାପତି ଲୋଚନ ସାହୁ, ଉପସଭାପତି ପଙ୍କଜ ମଙ୍ଗରାଜ, ରାଧାକାନ୍ତ ବେହେରା, ଭବାନୀ ଶଙ୍କର ରାଉତ, ଡୋଲାମଣି ସାହୁ, ନବୀନ ଛତ୍ରିଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏହି କ୍ରମରେ ଶ୍ରମିକ ମାନଙ୍କ ନିମନ୍ତେ ୨୧ ଟଙ୍କା ୭୦ ପଈସା ବୃଦ୍ଧି କରିଥିବାରୁ ସରକାରଙ୍କୁ ଶ୍ରମିକମାନେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ପରେ ସଭାରେ ରାଇସ ମିଲ ଏବଂ ମଣ୍ଡି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଉପରେ ଆଲୋଚନା କରାଯାଇଥିଲା। ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରମିକ ମାନଙ୍କ ମତାମତ ନିଆଯାଇଥିଲା। ସମସ୍ତଙ୍କ ମତାମତ ପରେ ଶ୍ରମିକ ମାନଙ୍କ ପାଇଁ ଡ୍ରେସ୍ କୋଡ଼, ସାମାଜିକ ନିରାପତ୍ତା ଓ ଇପିଏଫ୍ ଆଦି ବିଷୟରେ ସରକାରଙ୍କୁ ଦାବି ଉପସ୍ଥାପନ କରିଥିଲେ। ସଭାକୁ ୟୁନିୟନର ସଭାପତି ସୁରେନ୍ଦ୍ର ମୋହନ କର ସଂଯୋଜନା କରିଥିବାବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶ୍ରମିକ ମାନେ ଯୋଗଦେଇଥିଲେ।

