ଜୁନାଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବେଲଗୁଡ଼ା ଧାନ ମଣ୍ଡିଠାରେ ଜିଲ୍ଲାପରିଷଦ ଜୋନ ୨ ଆଞ୍ଚଳିକ କମିଟିର ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଏଥିରେ କଳାହାଣ୍ଡି ପାଣ୍ଡରା ମାଳି ସେବା ସଂଘର ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ନାଏକ ସଭାପତିତ୍ବ କରିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରକାଶ ଚନ୍ଦ୍ର ବଣିଆ, ମୁଖ୍ୟବକ୍ତା ଆଇନ ପରାମର୍ଶ ଦାତା ଦୁର୍ଗା ପ୍ରସାଦ ନାଏକ, ବିଶିଷ୍ଟ ଅତିଥି ଭାବେ ସଭାପତି ଈଶ୍ୱର ପୁଝାରୀ, ପାଣ୍ଡରା ମାଳି ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ସମ୍ପାଦକ ଲୋକେଶ ନାଏକ ଓ କାରଗିଲ ବଣିଆ ଏବଂ ସମ୍ମାନିତ ଅତିଥି ଭାବେ ଅଜାମ୍ବିଲ ପୁଝାରୀ, ବିଷ୍ଣୁ ପ୍ରସାଦ ନାଏକ, ଧନୁର୍ଯ୍ୟ ମାଝୀ, ଧର୍ମାନନ୍ଦ ନାଏକ, ପୁରୁଷୋତ୍ତମ ନାଏକ, ଭିଷ୍ମରଥି ନାଏକ, ଧନେଶ୍ଵର ନାଏକ, ବାଲ୍ମୀକି ନାଏକ, କୁମୁଦ ଚନ୍ଦ୍ର ମାଝୀ, ଡମ୍ବରୁଧର ମଶ୍ରା, କାନ୍ତ ନାଏକ, ଧବଳେଶ୍ଵର ବଣିଆ ଯୋଗ ଦେଇଥିଲେ। ସଭାରେ ଶତାଧିକ ମହିଳା ଓ ପୁରୁଷ ବନ୍ଧୁ ଯୋଗଦେଇଥିଲେ। ସ୍ବାଗତ ଭାଷଣ ଶିକ୍ଷାବିତ୍ ଭୀଷ୍ମ ରଥି ନାଏକ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପ୍ରଦାନ କରାଯାଇଥିଲା। ଏହି ସଭାରେ ଜୋନ ସ୍ତରୀୟ ଆଞ୍ଚଳିକ କମିଟି ଗଠନ କରାଯାଇଥିଲା। ସଭାପତିଭାବେ ସୀତାକାନ୍ତ ନାଏକ, ସମ୍ପାଦକ ଭାବେ ଋଷି ମଣି ନାଏକ, ସହ ସମ୍ପାଦକ ଭାବେ ଦୁଷ୍ମନ୍ତ କୁମାର ନାଏକ, କୋଷାଧ୍ୟକ୍ଷ ଭାବେ ରାହାସ ବିହାରୀ ନାଏକ ସର୍ବସମ୍ମତି କ୍ରମେ ମନୋନୀତ କରା ଯାଇଥିଲା। ଉପଦେଷ୍ଟା କମିଟିରେ ଭୀଷ୍ମ ରଥି ନାଏକ, ସତ୍ୟ ନାରାୟଣ ଚଲାନ, କୈବଲ୍ୟ ଚଲାନ, ଭୂଜବଲ ନାଏକ, ପୁରୁଷୋତ୍ତମ ନାଏକ, କାନ୍ତ ନାଏକ, ଶେଷଦେବ ମାଝୀ, ଭବାନୀ ଶଙ୍କର ନାଏକ, କୁମୁଦ ମାଝୀ, ଦିବ୍ୟ ମସ୍ରା, ମନୋନୀତ ହୋଇଥିଲେ। ରାମ ବିହାରି ନାଏକ, ଉଦ୍ଧବ ନାଏକ, ଈଶ୍ୱର ମାଝୀ, ଭାବଗ୍ରାହୀ ନାଏକ, ଦିନ ବନ୍ଧୁ ନାଏକ, ଭୂରିଶ୍ରବା ଝାଙ୍କର, ଗୋପବନ୍ଧୁ ନାଏକ, ପଞ୍ଚାନନ ଝାଙ୍କର୍, କଳ୍ପେଶ୍ୱର୍ ନାଏକ ଦାମୋଦର ନାଏକ ବିଶେଷ ସହଯୋଗ କରିଥିଲେ।ପରିଶେଷରେ ଦୁଷ୍ମନ୍ତ କୁମାର ନାଏକ ଧନ୍ୟବାଦ କରିଥିଲେ।

