ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ : ଭାଜପା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଜୟପାଟଣା ବ୍ଲକ ସ୍ଥିତ ବାନେର ଗ୍ରାମର ଫୁଟବଲ ପଡ଼ିଆରେ ବନ୍ଦେ ମାତରମ୍ର ୧୫୦ବର୍ଷ ପୂର୍ତ୍ତି ଉତ୍ସବ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମ ଜୟନ୍ତୀ, ରନ୍ ଫର୍ ୟୁନିଟି ତଥା ଆତ୍ମନିର୍ଭର ଭାରତ ସଙ୍କଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ମାଁ ବୁଢ଼ୀ ପଦରେନ୍ ଙ୍କ ପୀଠରେ ପୂଜାର୍ଚ୍ଚନା ସାରି ବାନେର ଛକ ଠାରୁ ଆୟୋଜନ ସ୍ଥଳ ପର୍ଯ୍ୟନ୍ତ ପ୍ରାୟ ୨. କିମି ରାସ୍ତାରେ ଅଞ୍ଚଳର ଶତାଧିକ ଯୁବକ ବରିଷ୍ଠ ନେତା ରମେଶ ମାଝୀଙ୍କ ତତ୍ତ୍ଵାବଧାନରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀଙ୍କର ସଭାପତିତ୍ବରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ମୁଖ୍ୟବକ୍ତା ଭାବେ ରାଜ୍ୟ ଉପସଭାପତି ଭାବେନ୍ଦ୍ର ପଣ୍ଡା ତଥା ସମ୍ମାନିତ ଅତିଥି ଭାବେ ଅନ୍ୟତମ ରାଜ୍ୟ ଉପ ସଭାପତି ରମେଶ ସାହୁ, ଜିଲ୍ଲାର ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ବଜେନ୍ଦ୍ର ପଟ୍ଟଯୋଷି, ଶେଶଦେବ ବେହେରା, ଭାସ୍କର ପ୍ରସାଦ ବେହେରା, ଦୀପଜ୍ୟୋତି ମୁଣ୍ଡ, ସନ୍ତୋଷିନୀ ଦାସ, ଗଙ୍ଗାଧର ମାଝୀ, ଅଙ୍ଗଦ ମାଝୀ, ବିଷ୍ଣୁ ନାଏକ, ନରହରି ପଟ୍ଟନାୟକ, ଜଗମୋହନ ପଟ୍ଟନାୟକ, ସୁଶାନ୍ତ କୁମାର ମୁଣ୍ଡ, ଜୟପାଟଣା ପଞ୍ଚାୟତ ସମିତି ଅଧକ୍ଷ ଥବୀର ବାଗ, ଥିଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ଜୟପାଟଣା ବ୍ଲକର ତିନି ମଣ୍ଡଳ ସଭାପତି ଅରବିନ୍ଦ ପଣ୍ଡା, ତାପସ ପଣ୍ଡା, ପ୍ରକାଶ ଠାକୁର, ମଣ୍ଡଳ ସଭାପତି ତୁଳସୀ ମାଝୀ, ଦୟାନିଧି ଭୋଇ, ନରେନ୍ଦ୍ର ବେହେରା, ମନୋଜ ବାଗ, ପୁଷ୍ପ ନାଏକ ତଥା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଅନେକ ବରିଷ୍ଠ ନେତା ମଞ୍ଚାଷିନ ହୋଇଥିଲେ ।

ଅତିଥି ମାନେ ବନ୍ଦେ ମାତରମର ଇତିହାସ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ସ୍ୱଦେଶୀ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ମାନଙ୍କୁ କିଭଳି ଆତ୍ମନିର୍ଭରଶୀଳ କରାଇ ପାରିବା ସେ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଅଭିନାସ ନନ୍ଦ, ବରିଷ୍ଟ ନେତା ମନୋଜ ପାତ୍ର ମଞ୍ଚ ପରିଚାଳନା କରିଥିଲେ ଏବଂ ବରିଷ୍ଠ ନେତା ବିଷ୍ଣୁ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଜୟପାଟଣା ବ୍ଲକର କାର୍ଯ୍ୟକର୍ତ୍ତା ମାନଙ୍କର ଅଦମ୍ୟ ପ୍ରୟାସ ଏବଂ ଲାଞ୍ଜିଗଡ, ଥୁଆମୂଳ ରାମପୁର ବ୍ଲକର କାର୍ଯ୍ୟକର୍ତ୍ତା ମାନେ ଉତ୍ସାହର ସହିତ ସୁଦୂର ବାଟ ଅତିକ୍ରମ କରି କାର୍ଯ୍ୟକ୍ରମରେ ଉପସ୍ଥିତ ହେବା ନିଶ୍ଚୟ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ନୂତନ ଆଶା,ଆକାଂକ୍ଷା ନେଇ ଆଗକୁ ବଢୁଛି । ଦୀର୍ଘ ବର୍ଷର ଅପେକ୍ଷା ପରେ ବଡ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ପ୍ରାର୍ଥୀ ରମେଶ ମାଝୀଙ୍କର ନିୟମିତ ଭାବେ ଏହି ଦୁର୍ଗମ ଅଞ୍ଚଳ ଗୁଡିକକୁ ନେଇ ଗଠିତ ହୋଇଥିବା ନିର୍ବାଚନ ମଣ୍ଡଳୀରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଜନ ସାଧାରଣଙ୍କ ସବୁ ସୁଖ ଦୁଃଖରେ ଉପସ୍ଥିତ ରହୁଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ଲୋକପ୍ରୀୟତା ବୃଦ୍ଧି ପାଇଛି । ଆଜିର କାର୍ଯ୍ୟକ୍ରମର ସଫଳତା ଆଗାମୀ ଦିନରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ କରିବାର କ୍ଷମତା ଥିବା ପ୍ରମାଣିତ କରୁଛି । ଏହି ଉତ୍ସାହ ନିରନ୍ତର ରହିଲେ ଲାଞ୍ଜିଗଡ ଆସନର ଏକମାତ୍ର ବିକଳ୍ପ ବିଜେପି ହେବ ବୋଲି ଚର୍ଚ୍ଚା ଆଲୋଚନା ହେଉଛି।
