ରଏନଗୁଡାଠାରେ ଧୁମଧାମରେ ଲକ୍ଷ୍ମୀ ପୂଜା ପାଳିତ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ :  ମାଣବସା ଗୁରୁବାର ଉପଲକ୍ଷେ କୋକସରା ବ୍ଲକ ବଡପୋଡାଗୁଡା ଗ୍ରାମ ପଞ୍ଚାୟତର ରଏନଗୁଡା ଠାରେ ଲକ୍ଷ୍ମୀ ପୂଜା ଉତ୍ସବ ଧୁମଧାମ ସହିତ ପାଳିତ ହୋଇଛି। ସୋମବାର ପୂଜା ମଣ୍ଡପଠାରୁ କଲଶ ଯାତ୍ରା ବାହାରି ସ୍ଥାନୀୟ ନଦୀ ଠାରେ ଶହଶହ ମହିଳା ପହଞ୍ଚି ଥିଲେ। ପୂଜାର୍ଚ୍ଚନା ପରେ ନଦୀରୁ ପାଣି ଉଠାଇ ଜଳପୂର୍ଣ୍ଣ କଳଶି ପୂଜା ମଣ୍ଡପ ଠାରେ ସ୍ଥାପନ କରିଥିଲେ। କଳଶ ଯାତ୍ରାରେ ଧୋବେନଚଞ୍ଚରା ବାଳିକା ସଂକୀର୍ତ୍ତନ ଦଳ ସାମିଲ ହୋଇଥିଲେ। ଗ୍ରାମର ଯଦୁମଣି ନାଏକ ଓ ତାଙ୍କ ସପତ୍ନୀ ବୃନ୍ଦାବତୀ ନାଏକ କର୍ତ୍ତା ଦାୟିତ୍ୱରେ ଥିବା ବେଳେ ପଣ୍ଡିତ ଲଲିତ ମିଶ୍ର,କୁମର ମଣି ଦାସ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ଏହି ପୂଜା ୯ ଦିନ ଧରି ହୋଇଥିବାବେଳେ ଭଜନ ସମାରୋହ ଓ ନାଟକ କାର୍ଯ୍ୟକ୍ରମ ହେବା ନେଇ ପୂଜା କମିଟି ପକ୍ଷରୁ ସୂଚନା ରହିଛି। ପୂଜା କମିଟିର ସଭାପତି ନରସିଂହ ପୁଝାରୀ, ଉପସଭାପତି ହର ନାଏକ, ସମ୍ପାଦକ ରାଜେଶ କାଣ୍ଡ, ସହ ସମ୍ପାଦକ ହେମନ୍ତ ନାଏକ, କୋଷାଧ୍ୟକ୍ଷ ଲକ୍ଷପତି ନାଏକ ବୋଲି ସଞ୍ଜୟ ନାଏକ ସୂଚନା ଦେଇଛନ୍ତି ପ୍ରମୁଖ ରଏନଗୁଡା ଗ୍ରାମବାସି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।