ଖଜୁରିଆ ଶ୍ରୀଡି ସାଇ ବାବା ଟ୍ରଷ୍ଟ ପକ୍ଷରୁ ମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ

ରାଇରଙ୍ଗପୁର/ : ଆଜି ପବିତ୍ର ମାଣବସା ଗୁରୁବାରରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଖଜୁରିଆ ଗ୍ରାମଠାରେ ବାବାଙ୍କ ସପ୍ନାଦେଶ କୁ ଉକ୍ତ ଗ୍ରାମର ଦିଲ୍ଲୀପ କୁମାର ବାରିକ୍ ଆଜି ବୃହତ ଶ୍ରୀଡି ସାଇ ବାବାଙ୍କ ମନ୍ଦିର ନିର୍ମାଣ କରିବାର ଶିଳାନ୍ୟାସ କରିବାରେ ସଫଳ ହୋଇଛି ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ବିଭିନ୍ନ ବର୍ଗର ଶ୍ରାଦ୍ଧାଳୁ, ଭକ୍ତ ଓ ଶ୍ରୀଡି ସାଇ ବାବାଙ୍କ ପ୍ରେମୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ବାବାଙ୍କ ଧ୍ବଜାଆରହଣ ଭକ୍ତି ମାର୍ଗଦର୍ଶନରେ ଧୂପଦୀପ ଗନ୍ଧ ପୁଷ୍ପ ମାଲ୍ଯାର୍ପଣ କରି ଧନ୍ଯ ମନେକରିଥିଲେ। ତେବେ ଶିଳାନ୍ୟାସ ଥିଲା ମହତ୍ବପୂର୍ଣ୍ଣ , ଯେପରିକି ବିଶାଳ ପଥର ଖଣ୍ଡ କୁ ପାଞ୍ଚପିଢ ଉପଖଣ୍ଡ ଯଶିପୁର ବ୍ଲକ ଅନ୍ତର୍ଗତ ଭଣ୍ଡନ ନଦୀ ଗର୍ଭରୁ ଇଶ୍ବର ଙ୍କୁ ସାଖି ଅଣାଯାଇ ରିତିନୀତି ପୂଜାର୍ଚ୍ଚନା କରି ପଥର ଖଣ୍ଡକୁ ସ୍ଥାପନ କରାଯାଇଥିଲା। କହନ୍ତି ପରିଚାଳକ ଦିଲ୍ଲୀପ କୁମାର ବାବାଙ୍କ ପ୍ରତିମୂର୍ତ୍ତି ଅନବରଣର ମୁଖ୍ଯ ଆସନ ହେବ, ଏବଂ ଏହି ପଥର ଖଣ୍ଡରେ ବସି ବାବା ଭକ୍ତ ମାନଙ୍କୁ ଦର୍ଶନ ଦେବେ । ତେଣୁ ଉକ୍ତ ପରିକଳ୍ପନାରେ ମନ୍ଦିର ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇ ଏକ ବର୍ଷ ମଧ୍ଯ ରେ ମନ୍ଦିର ନିର୍ମାଣ କାର୍ଯ୍ଯ ସମ୍ପୂର୍ଣ୍ଣ କରାଯିବାକୁ ଶିଳାନ୍ୟାସ ଉତ୍ସବ ରେ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ, ବିଶିଷ୍ଟ ଶିଳ୍ପପତି ଜଗଦୀଶ ମିଶ୍ରା, ପୂର୍ବତନ କୁସୁମୀ ଅଧ୍ୟକ୍ଷ ଶ୍ଯାମ କିସ୍କୁ, ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା, ବିଶିଷ୍ଟ ତୁଙ୍ଗନେତା ତଥା ସମାଜସେବୀ ସୁମିତ ଦାସ, ଡାକ୍ତର ପ୍ରଦୀପ କୁମାର ମହାକୁଡ ଓ ଅବସରପ୍ରାପ୍ତ ରେଞ୍ଜର ଶ୍ରୀଯୁକ୍ତ ମାଝୀ ପ୍ରମୁଖ ରହି ଶିଳାନ୍ୟାସ ଉତ୍ସବକୁ ସରସ ସୁନ୍ଦର କରିପାରିଥିଲେ। କାର୍ଯ୍ୟକ୍ରମରେ ରାଜେଶ କୁମାର ବାରିକ୍, ଗଗନ ବିହାରୀ ପାତ୍ର , ଅବନୀ କୁମାର ରାଉତ, ଜଗବନ୍ଧୁ ବାରିକ, ସଞ୍ଜିବ ମହାକୁଡ, ନରେଶ ଚନ୍ଦ୍ର ଦୋଳେଇ, ରାଧାନାଥ ମହାକୁଡ, ହେମନ୍ତ କୁମାର ବାରିକ୍, ଦୁର୍ଜଧନ ଦୋଳେଇ, ସୁନିଲ ପାତ୍ର, ଅଶ୍ବନୀ ବାରିକ, କମଲ ଲୋଚନ ବେହେରା, ସିଦ୍ଧେଶ୍ଵର ବେହେରା, ହରିହର ବେହେରା, ରତ୍ନାକର ଗିରି, ତାରିଣୀସେନ ଗିରି, ଚୈତନ୍ଯ ପ୍ରସାଦ ବାରିକ, ଭବେନ୍ଦ୍ରନାଥ ପାତ୍ର, କେଶବ ଚନ୍ଦ୍ର ବାରିକ୍, ନନ୍ଦ କିଶୋର ଦୋଳେଇ , ବିଜୁ ମାଝୀ ଓ ରୂପାୟ ମାଝୀ ପ୍ରମୁଖ ଉପସ୍ଥିତ ରହି ବାବା ଶ୍ରୀଡି ସାଇ ବାବାଙ୍କ ମନ୍ଦିର ନିର୍ମାଣ ଶିଳାନ୍ୟାସ ଉତ୍ସବ ରେ ସାମିଥିଲେ ଏହା ବ୍ୟତୀତ ପାଖାପାଖି ଗ୍ରାମର ଶତାଧିକ ପୁରୁଷ ମହିଳା ଶ୍ରୀଡି ପ୍ରେମୀ ମାନେ ଉପସ୍ଥିତ ରହି ଶିଳାନ୍ୟାସ ଆଳତୀ କାର୍ଯ୍ୟକ୍ରମ ରେ ସାମିଲଥିଲେ ।