ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଜୁନାଗଡ ଆର.ଏମ.ସି କନଫରେନ୍ସ ହଲଠାରେ ଜୁନାଗଡ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସମୂହ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୁନାଗଡ ବ୍ଲକର କୋଣାନୁକୋଣ ରୁ ୨୫ ରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦେଇ ବୈଠକରେ ସାମ୍ବାଦିକଙ୍କୁ ନେଇ ଏକ ସଙ୍ଘ ଗଠନ ଏବ୍ଂ ସଂଘର ଏକ ନାମ ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ପ୍ରସ୍ତାବ ଦେଇଥିଲେ। ଏବ୍ଂ ଏହି ପ୍ରସ୍ତାବ ଅନୁଯାଇ ନୂତନ ସଂଘ ର ନାମ ‘ମିଡିଆ କ୍ଲବ ଜୁନାଗଡ ’ ଭାବେ ଗଠନ ଓ ଉନ୍ମୋଚନ କରାଯାଇଥିଲା। ବୈଠକରେ ସଂଘଠନର ଉପଦେଷ୍ଟା ଭାବେ ପ୍ରଶାନ୍ତ ପଣ୍ଡା, ଦେବେନ୍ଦ୍ର ବିଶି, ଉତ୍ତମ୍ ଦାଶ ଓ ମୁକେଶ ଅଗ୍ରୱାଲ ମନୋନୀତ ହୋଇଥିଲେ। ଏହାପରେ ସଂଘଠନର ପଦାଧିକାରୀ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ସଭାପତି ଭାବେ ଆଦିତ୍ୟ ପ୍ରସାଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ମାଝୀ, ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ବିଜୟ ଭୁସନ୍ ଦଣ୍ଡସେନା, ସହ ସମ୍ପାଦକ ବାଲେଶ୍ଵର ସୁନାନୀ, କୋଷାଧ୍ୟକ୍ଷ ସ୍ବାସ୍ତିଦୀପ ଆଦିତ୍ୟ ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ବୈଠକକୁ ବରିଷ୍ଟ ସାମ୍ବାଦିକ ମୁକେଶ୍ ଅଗ୍ରୱାଲ ପରିଚାଳନା କରିଥିବାବେଳେ ଦୁର୍ଯ୍ୟୋଧନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଟ ସାମ୍ବାଦିକ ଉତ୍ତମ୍ ଦାଶ ସମସ୍ତ ସଦସ୍ୟ କିପରି ଏକଜୁଟ ହୋଇ ସଂଘ କୁ ମଜବୁତ କରିବା ନେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି ଏହି ସଂଘ ଏକ ଶକ୍ତିଶାଳୀ ସଂଘ ହେବ ବୋଲି ପରିପ୍ରକାଶ କରିଥିଲେ। ଏହି ଅବସରରେ ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା ସଂଘଠନର ଆଗାମୀ କାର୍ଯ୍ୟପଦ୍ଧତି ବିଷୟରେ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ। ସଭାରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନେ ଏହି ସଂଘଠନ ଜୁନାଗଡର ସାମ୍ବାଦିକ ମହଳ ପାଇଁ ଏକ ସୁଦୃଢ଼ ମଞ୍ଚ ଭାବେ ପରିଣତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।
