ବାଲିଗୁଡାରେ ସାଂସଦ ଖେଳ ମହୋତ୍ସବ ଶୁଭାରମ୍ଭ

ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ସାମୁଏଲ ପ୍ରଧାନ) :  କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବର ଶୁଭାରମ୍ଭ କଲେ ଜିଲ୍ଲା ସଭାପତି ତଥା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ପ୍ରତିନିଧି ପଣ୍ଡିତ ବିଶିମାଝୀ। ବାଲିଗୁଡ଼ା ମିନିଷ୍ଟାଡିୟମ୍ ଆୟୋଜିତ ସାଂସଦ ଖେଳ ମହୋତ୍ସବର ଶୁଭାରମ୍ଭ କାର୍ଯ୍ୟକ୍ରମରେ ବାଲିଗୁଡା ବିଡ଼ିଓ ଅକ୍ଷୟ ମଲ୍ଲିକ, ତହସିଲଦାର ଦୀପ୍ତି ରଞ୍ଜନ ବେହେରା, ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ନଗର ସଭାପତି ମନୋଜ କୁମାର ରଥଙ୍କ ସମେତ ମଣ୍ଡଳ ସଭାପତି ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।  ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ଲୋକ ଲୋଚନ କୁ ଆସିପାରିବେ, ଏହି ଖେଳ ମହୋତ୍ସବ ଯୁବ ସମାଜ ପାଇଁ କେବଳ ଏକ ଖେଳ ପ୍ରତିଯୋଗିତା ନୁହେଁ, ଏହା ଉର୍ଜା ଓ ଉତ୍ସାହର ଏକ ଉତ୍ସବ ବୋଲି ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝୀ କହିଛନ୍ତି । ଏହି ଅବସରରେସେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି। ଏହା ମାଧ୍ୟମରେ କନ୍ଧମାଳ ଲୋକସଭା କ୍ଷେତ୍ରର ହଜାର ହଜାର ପ୍ରତିଭାଶାଳୀ ଖେଳାଳିମାନେ ନିଜ ଦକ୍ଷତା ଓ ଖେଳଭାବନା ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି ବୋଲି ଜିଲ୍ଲା ସଭାପତି ପଣ୍ଡିତ କହିଛନ୍ତି ।