ସାମ୍ବାଦିକଙ୍କୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦୁର୍ବ୍ୟବହାର ଘଟଣା : ତଦନ୍ତ ପରେ ଅନ୍ୟତ୍ର ବଦଳି

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : ଗତ ସପ୍ତାହକ ତଳେ କେସିଙ୍ଗା ୱାର୍ଡ ନଂ ୯ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ରଥ ଖବର ସଂଗ୍ରହ ପାଇଁ ଯାଇଥିବା କିଛି ଗଣମାଧ୍ୟମଙ୍କୁ ଦୁର୍ବ୍ୟବହାର ଘଟଣା  ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବିଦ୍ୟାଳୟ ଅନେକ ସମସ୍ୟା ଥିଲେ ମଧ୍ୟ ମୁଖ୍ୟତଃ ବିଦ୍ୟାଳୟର ଶୌଚାଳୟ କୁ ସବୁ ସମୟରେ ତାଲା ମାରି ରଖିବା ସହିତ ଛାତ୍ର ଛାତ୍ରୀଙ୍କୁ ବ୍ୟବହାର କରିବା ପାଇଁ ବାରଣ କରିବା ସହିତ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକାଙ୍କୁ ବିନା ସୂଚନାରେ ସ୍କୁଲ ରୁ କାଢିଦେବା ଭଳି ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ ମିଳିବା ପରେ ଗଣମାଧ୍ୟମ ପ୍ରତିନିଧି ମାନେ ସତ୍ୟା ସତ୍ୟ ଜାଣିବା ପାଇଁ ବିଦ୍ୟାଳୟକୁ ଯାଇଥିଲେ। ତେବେ ପ୍ରଧାନ ଶିକ୍ଷୟତ୍ରୀ ଜଣକ କ୍ୟାମେରା ଓ ବୁମ୍ ଦେଖି ଚିହିଁକି ପଡ଼ି ଫୋଟୋ ଉତ୍ତୋଳନ କରୁଥିବା ଜୈନିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୋବାଇଲ ଛଡ଼ାଇ ବାକୁ ଉଦ୍ୟମ କରୁଥିବା ମୋବାଇଲ ରେ ରେକଡ ହୋଇଥିଲା। ଉକ୍ତ ବିଷୟ ଉପରେ କେସିଙ୍ଗାରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ଅବଗତ କରାଇବା ସହିତ ସାମ୍ବାଦିକଙ୍କ ମୋବାଇଲ ଛଡ଼ାଇବା ପାଇଁ ଚେଷ୍ଟା କରିଥିବା ଭିଡିଓ ଦେଇଥିଲେ। ବିଇଓ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଗତ ଶୁକ୍ରବାର ଦିନ ଏକ ତିନି ଜଣିଆ ତଦନ୍ତ କାରୀ ଦଳ ବିଦ୍ୟାଳୟର ଅନିୟମିତତା ସମେତ ପାଚିକା ସହାୟିକାଙ୍କ ବହିଷ୍କାର ବିଷୟରେ ତଦନ୍ତ କରିଥିବା ଜଣାପଡିଛି।ତଦନ୍ତ ରିପୋର୍ଟ ପହଞ୍ଚି ସାରିଥିବାବେଳେ ତଦନ୍ତ ରିପୋର୍ଟ କୁ ଆଧାର କରି ବ୍ଲକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଡୁମେରମୁଣ୍ଡା ସରକାରୀ ବିଦ୍ୟାଳୟକୁ ଡେପୁଟେଶନରେ ଅନ୍ୟତ୍ର ବଦଳି କରାଯାଇଥିବା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରୁ ନିର୍ଦ୍ଦେଶ ଚିଠି ପ୍ରକାଶ ପାଇଛି।ପ୍ରଧାନ ଶିକ୍ଷୟତ୍ରୀଙ୍କ ଡେପୁଟେଶନ କୁ କେସିଙ୍ଗା ସାମ୍ବାଦିକ ସମୂହ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଉଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ କାହିଁକି ବଦଳି କରାଗଲା ନାହିଁ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।