ବାଲିଗୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବିରାଗୁଡ଼ା ଗାଁ ବୁଲାଣି ରାସ୍ତାରେ ଗଛକୁ ପିଟିଲା ବାଇକ, ଘଟଣା ସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣ ଗୁରୁତରକୁ ସ୍ଥାନୀୟ ମେଡିକାଲାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ଯୁବକ ର ପରିଚୟ ମିଳିପାରିନାହିଁ। ବାଲିଗୁଡ଼ା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି। ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଥିବା କୁହା ଯାଉଛି।
