ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ରାଜ୍ୟରେ ଦିନକୁ ଦିନ ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢିବାରେ ଲାଗିଛି। କଳାହାଣ୍ଡି ଜିଲ୍ଲା ଜୁନାଗଡରେ ମଧ୍ୟ ଶୀତର ପ୍ରବାହ ଜାରି ରହିଛି। ଶୀତର ପ୍ରକୋପ ବଢୁଥିବା ହେତୁ ଜୁନାଗଡର ନବ ନିର୍ମିତ ସାମ୍ବାଦିକ ସମୂହକୁ ନେଇ ଗଠିତ ହୋଇଥିବା ମିଡିଆ କ୍ଲବ୍ ର ପ୍ରୟାସରେ ଆଜି ସ୍ତାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ କମ୍ବଲ ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡଃ ଭଗବାନ ପଣ୍ଡା, ସମ୍ମାନିତ ଅତିଥି ଜୁନାଗଡ଼ ରେଞ୍ଜର ସୀମାଞ୍ଚଳ ମିଶ୍ର, ଫରେଷ୍ଟର କାହ୍ନୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କୁ କମ୍ବଲ ବଣ୍ଟନ କରିଥିଲେ। ମିଡିଆ କ୍ଲବ୍ ର ବରିଷ୍ଟ ସଦସ୍ୟ ତଥା ଉପଦେଷ୍ଟା ଉତ୍ତମ୍ ଦାଶ ଓ ମୁକେଶ୍ ଅଗ୍ରୱାଲ ଯୋଗଦେଇ କମ୍ବଲ ବଣ୍ଟନ କରିଥିବାବେଳେ ମିଡିଆ କ୍ଲବ୍ ର ସଭାପତି ଆଦିତ୍ୟ ମହାନ୍ତି, କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ମାଝୀ, ସାଧରଣ ସମ୍ପାଦକ ବିଜୟ ଭୂଷଣ ଦଣ୍ଡସେନା, ସହ ସମ୍ପାଦକ ବାଲେଶ୍ଵର ସୁନାନୀ, କୋଷାଧକ୍ଷ ସ୍ବାସ୍ତିଦୀପ ଆଦିତ୍ୟ, ଗୟାରାମ ପୁଝାରୀ, କାଳିଆ କନ୍ଦପାନ, ସପ୍ତେଶ୍ବର ପାଢୀ, ଶଶୀରାଜ ଅଗ୍ରୱାଲ୍, ଲାବଣ୍ୟ ନାଏକ, ଭବାନୀ ଗହିର, ଜୀତେନ୍ଦ୍ର ମେହେର୍, ସାହେବ ଛତ୍ରିଆ, ପ୍ରଦୀପ ଡଙ୍ଗରି, ବିକ୍ରାନ୍ତ୍ ପଟ୍ଟନାୟକ, ଲକ୍ଷ୍ମଣ ବାଣୁଆ ପ୍ରମୁଖ ସହଯୋଗ କରିଥିଲେ।
