ଉଦଘାଟିତ ହେଲା କେସିଙ୍ଗା ବୁଢ଼ାରଜା କପ କ୍ରିକେଟ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗାର ମଡିଙ୍ଗ କ୍ରିକେଟ କ୍ଲବ ଆନୁକୁଲ୍ୟରେ ମିନି ଷ୍ଟାଡିୟମ ଠାରେ ହେବାକୁ ଥିବା ଦ୍ୱିତୀୟ ବୁଢ଼ାରଜା ନକ ଆଉଟ୍ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଛି। ପ୍ରଥମେ କେସିଙ୍ଗାର ଇଷ୍ଟଦେବୀ ମାଁ ବୁଢ଼ାଡଙ୍ଗରଙ୍କ ମନ୍ଦିରରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ରାଲି ବାହାରି ମିନି ଷ୍ଟାଡିୟମରେ ଶୁଭଖମ୍ବ ସ୍ଥାପନ କରାଯାଇ ପ୍ରତିଯୋଗିତାକୁ ଉଦଘାଟନ  କରାଯାଇଥିଲା। ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ କେସିଙ୍ଗାର ପୂର୍ବତନ ନଗରପାଲ ତଥା ବରିଷ୍ଠ ସମାଜସେବୀ ରାମ କୁମାର ଜୈନ। ପ୍ରଥମ ଦିନରେ ତିନୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଦୁଇଟି ମ୍ୟାଚ୍ ଜିତି ଟିଟଲାଗଡ ଦଳ ସେମିଫାଇନାଲ ରେ ନିଜର ସ୍ଥାନ ପକ୍କା କରିଛି। ଆଜିର ଦ୍ୱିତୀୟ ଖେଳର ମୁଖ୍ୟ ଅତିଥି ଭାବରେ କେସିଙ୍ଗାର ବରିଷ୍ଠ ସାମ୍ବାଦିକ ତଥା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର ଉପସ୍ଥିତ ଥିବାବେଳେ ତୃତୀୟ ଖେଳର ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଜେପି ନଗର ସଭାପତି ମାଗନ୍ ସିନ୍ଦୁର ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜକ ମଡିଙ୍ଗ କ୍ଲବର ସଭାପତି ବିଶ୍ବରଂଜନ ମହଲା, ସମ୍ପାଦକ ମନୋଜ କଟା, କୋଷାଧ୍ୟକ୍ଷ ପିଣ୍ଟୁ ମହଲା ଓ କ୍ଲବ ର ଏଡଭାଇଜର ଶମ୍ଭୁ ବଗର୍ତ୍ତି, ବଳରାମ ସୁନା, ପ୍ରମୋଦ କଟା, ଗଦାଧର ସିଂଦେଓ ଏବଂ ମକରଧ୍ବଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।