ପଜିବାହାଲି ଠାରୁ ମୋହଗିରି ରାସ୍ତା ଅଧାପନ୍ତରିଆ

ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ‌ମ,ରାମପୁର ବ୍ଲକର ପାଜିବାହାଲି ଛକଠାରୁ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ମୋହଗିରି  ପୂର୍ତ୍ତବିଭାଗ ରାସ୍ତା ନିର୍ମାଣ ପୁନଃରୁଦ୍ଧାର  କାର୍ଯ୍ୟ ଆରମ୍ଭ ହୋଇଛି। ଏହି ରାସ୍ତା କନ୍ଧମାଳ ବଲାଙ୍ଗୀର ବୌଦ୍ଧ ଜିଲ୍ଲାକୁ ସଂଯୋଗ କରିଥିବାବେଳେ ଆଖପାଖ ଅଞ୍ଚଳରର ଲୋକେ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ହେଲେ ରାସ୍ତା କାମ ମନ୍ଥର ଗତିରେ ଚାଲି ଅଧାପନ୍ତରିଆ ହୋଇପଡ଼ିରହିଛି। ଦୀର୍ଘ ଏକ ମାସ ହେଲା ରାସ୍ତା ପାର୍ଶ୍ୱରେ ଗାତ ଖୋଲି ଛାଡିଛନ୍ତି, ଖୋଲା ଯାଇଥିବା ସ୍ଥାନରେ କୌଣସି ରୋଡ଼ ସେଫଟି ଚିହ୍ନ ଦିଆ ଯାଇ ନାହିଁ।  ଯାହାକି ଦୈନନ୍ଦିନ ଦୁର୍ଘଟଣା ହେବାର ଦେଖିବାକୁ ମିଳୁଛି। କିଛି ସ୍ଥାନେ ଛୋଟ ଗେଠି ଓ କ୍ରସର ଗୁଣ୍ଡ ମିଶାଇ ପକାଯାଇଛି କିନ୍ତୁ ସେହି ସ୍ଥାନରେ ପାଣି କେବେ ଦିଆହେଉ ନାହାନ୍ତି। ଯାହାଫଳରେ ଧୂଳିଗୁଣ୍ଡ ଉଡି ଯାତାୟାତ ବେଳେ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ଯାନବାହାନ ଗଲାବେଳେ ଚକରେ ଗେଠି ଛିଟିକି ରାସ୍ତାରେ ଯାଉଥିବା ଲୋକଙ୍କ ଦେହରେ ବାଜୁଛି। ଜନସାଧାରଣଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୋଟିକୋଟି ଅର୍ଥରାଶି ଖର୍ଚ୍ଚରେ ଏହି ରାସ୍ତା ନିର୍ମାଣ କରା ଯାଉଛି ହେଲେ ଏହି ରାସ୍ତା ଆଜି ବିପଦଶଙ୍କୁଲ ଅବସ୍ଥାରେ ରହିଛି। ସରକାରଙ୍କ ସଠିକ ଆକଳନ ଅନୁସାରେ ଠିକାଦାର ନିର୍ମାଣ କାର୍ଯ୍ୟ ନକରି ମନମୁଖୀ କରୁଥିବା ଦେଖିବାକୁ ମିଳୁଛି।ରାସ୍ତାରେ ନିୟମିତ ପାଣି ସିଞ୍ଚନ କରିବା ଓ ରାସ୍ତା ପାର୍ଶ୍ଵରେ ଖୋଲା ଯାଇଥିବା ଗାତକୁ ତୁରନ୍ତ ସମ୍ପୂର୍ଣ କରିବା ପାଇଁ ଅଞ୍ଚଳର ବୁଦ୍ଧିଜିବୀ ମହଳରେ ଦାବି ହୋଇଛି।