ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକର ବରିଷ୍ଠ ସାମ୍ବାଦିକ ପ୍ରାଣରଞ୍ଜନ ବେହେରାଙ୍କ ବାପା ନାରାୟଣ ପ୍ରସାଦ ବେହେରାଙ୍କ ବିୟୋଗ ଘଟିଛି। ସେ ଜଣେ ସୁପରିଚିତ, ଜ୍ଞାନୀଗୁଣୀ, ସରଳ ନିଷ୍କପଟ ହୃଦୟର ବ୍ୟକ୍ତି ଥିଲେ। ସ୍ବର୍ଗତ ବେହେରା ଜଣେ ଦକ୍ଷ ଖେଳ ପ୍ରଶିକ୍ଷକ ସାଙ୍ଗକୁ ଅନ୍ତରାଜ୍ୟ ଫୂଟବଲ ଖେଳର ପରିଚାଳନା କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ଏଥି ସହ ଜୟପାଟଣା ସାଇ ମନ୍ଦିର ପ୍ରତିଷ୍ଠାତା, ସହଶିକ୍ଷା ନିରୀକ୍ଷକ କାର୍ଯ୍ୟ ସୁସମ୍ପାଦନ କରିଆସିଥିବା ସହ ଅନେକ ଜନହିତକର କାର୍ଯ୍ୟମାନଙ୍କରେ ତାଙ୍କର ଅବଦାନ ରହିଛି। ବହୁଦିନ ଧରି ତାଙ୍କର ଦେହ ଅସୁସ୍ଥତା ଥିଲା।ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବୁଧବାର ପ୍ରାତଃ ୩.୫୦ ସମୟରେ ଇହଧାମ ତ୍ୟାଗ କଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସହଧର୍ମିଣୀ ବସନ୍ତ ମଞ୍ଜରୀ ବେହେରା, ପୁଅ, ବୋହୁ, ନାତି, ନାତୁଣୀ ଉପସ୍ଥିତ ଥିଲେ। ତିନିପୁଅ ପ୍ରୀୟ ରଞ୍ଜନ, ପ୍ରାଣରଞ୍ଜନ ଓ ଚିତ୍ତରଞ୍ଜନ ବାପାଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପାଦନ କରିଥିବାବେଳେ ବଡପୁଅ ପ୍ରୀୟ ରଞ୍ଜନ ମୁଖାଗ୍ନି ଦେଇଥିଲେ।

