ମାନବାଧିକାର ଦିବସ ପାଳନ

ମ,ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ସ୍ଥିତ ଘରୋଇ ଶିକ୍ଷା ଅନୁଷ୍ଠାନ ଶ୍ରୀଏଜୁକେସନ ଶିକ୍ଷା ଅନୁଷ୍ଠାନ ପରିସରରେ ମାନବାଧିକାର ଦିବସ ପାଳନ ହୋଇଯାଇଛି। ଏଥିରେ ଶ୍ରୀ ଏଜୁକେସନର ପରିଚାଳନା ନିର୍ଦ୍ଧେଶକ ସରୋଜ କୁମାର ପତି ଓ ଅନୁଷ୍ଠାନର ସଭାପତି ତଥା ମ.ରାମପୁର ଓକିଲ ସଂଘର ସମ୍ପାଦକ ସପନ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଥମ ଶ୍ରେଣୀ ବିଚାର ପତି ତଥା ଅଧ୍ୟକ୍ଷ ତାଲୁକ୍ ଆଇନ ସେବା ସମିତି ମ. ରାମପୁର ଦୀପ୍ତି ରଞ୍ଜନ ଦାସ, ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ  ଜୟ କୁମାର ସିଂହଦେଓ, ବରିଷ୍ଠ ଆଇଜୀବୀ ଯତୀନ କୁମାର ସାହୁ, ଅଶ୍ଵିନୀ କୁମାର ପଣ୍ଡା, ସତ୍ୟଜିତ ଚାଟାର୍ଜୀ, ଆଶିଷ କୁମାର ମିଶ୍ର, ମମତା ଭୋଇ ଓ ମହାଶକ୍ତି ଫାଉଣ୍ଡେସନ ର ବୋର୍ଡ ସଦସ୍ୟ ତଥା ସମାଜ ସେବୀ ପ୍ରକାଶ ଚନ୍ଦ୍ର ସାହୁ ଯୋଗଦେଇ ମାନବାଧିକାର ଦିବସ ପାଳନ ସମ୍ବନ୍ଧରେ ଆଲୋଚନା କରିବା ସହିତ ମୌଳିକ ଅଧିକାର, ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ଉପସ୍ଥିତ ଛାତ୍ରୀ ଛାତ୍ର ଏବଂ ଶିକ୍ଷାନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଚେତନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମଞ୍ଚରେ ଅତିଥିମାନଙ୍କ ଉପସ୍ଥିତିରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ର କଳା ପ୍ରଦର୍ଶନ ପରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶ୍ରୀ ଏଜୁକେସନର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପତି ଉପସ୍ଥିତ ସମ୍ବାଦିକ, ଓକିଲ, କୋର୍ଟର କର୍ମକର୍ତ୍ତାଙ୍କୁ ତଥା ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ପ୍ରମୁଖଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତାଲୁକ ଆଇନ ସେବା ସମିତି ର ସଦସ୍ୟ ତରୁଣ କୁମାର ମାଝି ଓ ଶ୍ରୀଏଜୁକେନର କର୍ମକର୍ତ୍ତା ସହଯୋଗ କରିଥିଲେ।