ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ ସଚେତନତା

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ତାଳୁକ ଆଇନା ସେବା ସମତି ପକ୍ଷରୁ ବିଶ୍ୱ ମାନବ ଦିବସ ଉପକ୍ଷେ କାଉଡୋଲା ପଞ୍ଚାୟତ ହାଇସ୍କୁଲଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ଲିପ୍ସା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଓକିଲ ସଙ୍ଘ ସଭାପତି ମନୋଜ ନାଏକ, ଲଷ୍ମୀକାନ୍ତା ଖମାରୀ, ଆଇନ ଜୀବୀ ଲଷ୍ମୀଧର ମେହେର, ସୁଜିତ ପଟ୍ଟନାୟକ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ସଭାପତି ସଂଜୟ କୁମାର ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ପରିପେକ୍ଷୀରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବକୃତା ପ୍ରତିଯୋଗୀତା କରାଯାଇଥିଲା। କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯଇଥିଲା। ଆଇନ ସେବା ସମତି ଉପ ପ୍ରଶାସକ କେଶବ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ଶ୍ରୀକାନ୍ତ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।