ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ସ୍ଥିତ ଶ୍ରୀ ଶ୍ରୀ ରାମ କୃଷ୍ଣ ଆଶ୍ରମ ମ, ରାମପୁର ଠାରେ ଶ୍ରୀ ଶ୍ରୀ ମା ସାରଦା ଦେବୀଙ୍କ ୧୭୩ ତମ ଜନ୍ମ ଜୟନ୍ତୀ ପାଳିତ ଆଶ୍ରମର ଅଶୋକା ନନ୍ଦଜୀ ମାହାରାଜଙ୍କ ଅଧ୍ୟକ୍ଷତାରେ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦୁର୍ଗା ମାଧବ ହାଇସ୍କୁଲ ର ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ସୁଷମା ପୁରୋହିତ, ମ, ରାମପୁରର ମୁଖ୍ୟବକ୍ତା ଭାବେ ସରସ୍ଵତୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଦୁର୍ଗା ମାଧବ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ତଥା ବିବେକାନନ୍ଦ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ସୁରେନ୍ଦ୍ର ମହାକୁଡ଼, ଯୋଗଦେଇ ଶ୍ରୀ ଶ୍ରୀ ମା’ ସାରଦା ଦେବୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ ପରେ ରାମ କୃଷ୍ଣ ଆଶ୍ରମ ମ, ରାମପୁରର ଅନ୍ତେବାସୀ ଛାତ୍ର ମାନଙ୍କ ଦ୍ଵାରା କଳାହାଣ୍ଡିର ବିରବାଦ୍ଯ ଘୁମୁରା ନାଚ ପରିବେଷଣ କରିଥିଲେ। ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଅତିଥି ମାନେ ଶ୍ରୀ ଶ୍ରୀ ସାରଦା ଦେବୀଙ୍କ ଜୀବନାଦର୍ଶି ଓ ବାଣୀ ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ମଞ୍ଚାସୀନ ହୋଇଥିବା ଅତିଥି ମାନ ଦ୍ଵାରା ଆଶ୍ରମର ପ୍ରାଚୀର ପତ୍ରିକା “ଶିଖା” ଉନ୍ମୋଚିତ ହୋଇଥିଲା। ବଟକିଶୋର ମଞ୍ଚ ପରିଚାଳନା କରିଥିବା ବେଳେ ଉମାକାନ୍ତ ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେଷରେ ଉପସ୍ଥିତ ସମସ୍ତ ଭକ୍ତ ପ୍ରସାଦ ସେବନ କରୁଥିଲେ।
